www.samajalive.in
Saturday, December 13, 2025
18.1 C
Bhubaneswar

ଅନୁଦାନ ଦାବିରେ ଅଧ୍ୟାପକ ଓ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ  

ଚାନ୍ଦବାଲି : ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ନିଷ୍ପତ୍ତି କ୍ରମେ ସାରା ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ସଙ୍ଗର ସଭାପତି ବିଶ୍ଵରଞ୍ଜନ ଦାସଙ୍କ ନେତୃତ୍ୱରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମଛାଡ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପେକ୍ଷୀରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଗତ ୧୮ ତାରିଖଠାରୁ  ତିନି ଦିନ ହେଲାଣି କଲମ ଛାଡ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଧାରଣାରେ ବସି ରହିଛନ୍ତି ଆନ୍ଦୋଳନକାରୀ ଅଧ୍ୟାପକ ଓ ଅଧ୍ୟାପିକା। ଫଳରେ କଲେଜରେ ଶିକ୍ଷାଦାନ ସହିତ ଅନ୍ୟାନ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାର ଦେଖିବାକୁ ମିଳୁଛି। ଏବେ ମଧ୍ୟ ପିଲାଙ୍କ ପରୀକ୍ଷା ଥିବା କାରଣରୁ ପିଲାମାନେ ହଇରାଣ ହେଉଥିବା ମହାବିଦ୍ୟାଳୟର ପିଲାମାନେ ପ୍ରକାଶ କରିଥିଲେ। ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ୨୦୦୮ରୁ ୨୦୧୮ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଦାନ ଦାବିରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଥିଲା ।

ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଓଡ଼ିଶାର ସମସ୍ତ କଲେଜରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି କ୍ଷେତ୍ରରେ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀମାନେ କଲେଜ ପରିସରରେ ଧାରଣା ଦେବା ସହ ଅଧ୍ଯକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସରକାର ଅନୁଦାନ ଘୋଷଣା ନକରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ଦାବି କରିଛନ୍ତି। ଚାନ୍ଦବାଲି ମହାବିଦ୍ୟାଳୟ ୪୦ରୁ ଉର୍ଦ୍ଧ୍ବ କର୍ମଚାରୀମାନେ ସମାନ କାର୍ଯ୍ୟକୁ ସମାନ ଦରମା ପାଇଁ ଦାବି କରିଛନ୍ତି। ଦୀର୍ଘ ବର୍ଷ ଧରି ଦରମା ପାଉନଥିବାବେଳେ ଏ ନେଇ ପୂର୍ବରୁ ବିଜେଡି ସରକାର ଏବଂ ଏବେ ବିଜେପି ସରକାରଙ୍କ ନିକଟରେ ଦାବି ଜଣାଇଥିଲେ ବି ଏ ପର୍ଯ୍ୟନ୍ତ ସୁଫଳ ମିଳିନି। ଅଗାମୀ ଦିନରେ ସରକାର ଦାବି ପୂରଣ ନକରନ୍ତି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏଥିରେ ସତ୍ୟପ୍ରକାଶ ବେହେରା, ଦେବାଶିଷ ମହାନ୍ତି, ହେମନ୍ତ କୁମାର ସାହୁ, ସୁଜିତ କୁମାର ଖୁଣ୍ଟିଆ, ରାଜେଶ ସାହୁ, ରତି ରଞ୍ଜନ ସାହୁ, ବିଭୁତି ଭୂଷଣ ସାହୁ, ବିକ୍ରମ ପ୍ରଧାନ, ବସନ୍ତ ଦାସ, ସେକ ରହିମୁଦ୍ଦିନ, ପ୍ରଭାତୀ ବାରିକ, ପ୍ରିୟଙ୍କା ବାରିକ, ଜ୍ୟୋସ୍ନାରାଣୀ ଦାସ, ସବିତା ପରିଡା, ଲଳିତା ମଲ୍ଲିକ, ସାବିତ୍ରୀ ନାୟକ,ଚିନ୍ମୟ ସାହୁ, ପ୍ରଦୀପ ମଲ୍ଲିକ, ଜିତେନ୍ଦ୍ର ସାହୁ, ଅରୋଶିଷ କୁଆଁର, ବିଜୟିନୀ ପାଣି ଓ ହେମା ବାରାଇ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories