www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱ ଫଟୋଗ୍ରାଫି ଦିବସରେ ସାମ୍ବାଦିକ ଭବନରେ ଫଟୋ ପ୍ରଦର୍ଶନୀ

ସମ୍ବଲପୁର : ବିଶ୍ୱ ଫଟୋଗ୍ରାଫି ଦିବସ ଉପଲକ୍ଷେ ସମ୍ବାଦିକ ଭବନରେ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନଟିରେ ପୁରୁଣା ସମ୍ବାଦପତ୍ର, ଐତିହାସିକ ଫଟୋ , ପୋଟ୍ରେଟ ଫୋଟୋଗ୍ରାଫି, ଏବଂ ଟ୍ରାଭେଲ ଫଟୋଗ୍ରାଫି ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀର ଉଦ୍‌ଘାଟନ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା କରାଯାଇଥିଲା । ଜିଲାପାଳ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବଡ ଆକାରରେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ସେଥିପାଇଁ ପ୍ରଶାସନ ପକ୍ଷରୁ ସହଯୋଗ ମିଳିବ। ସମ୍ବଲପୁରରେ ଆୟୋଜନ ହେଉଥିବା ବିଭିନ୍ନ ମହୋତ୍ସବ, କ୍ରିଡା ଆଦି କାର୍ଯ୍ୟକ୍ରମର ଫଟୋ, ପୁରୁଣା ସ୍ମୃତିର ଫଟୋ, ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଫଟୋ ଗୁଡିକର ବହି କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଫଟୋଗ୍ରାଫି କଳାକୁ ସମ୍ମାନ ଦେବା ସହ ଏହା ମାଧ୍ୟମରେ ଅଞ୍ଚଳର ଐତିହ୍ୟ ଓ ସାଂସ୍କୃତିକ ବିରାସତକୁ ପ୍ରଦର୍ଶନ କରିବା। ସୁଭାଷ ପାଣିଗ୍ରାହୀ ଓ ଶଙ୍କର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories