ଭୁବନେଶ୍ବର : ପ୍ରତି ପଞ୍ଚାୟତରେ ପାରା ଲିଗାଲ ଭଲ୍ୟୁଣ୍ଟର ନିଯୁକ୍ତ ହେବାନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମହିଳା ଓ ଶିଶୁ ବିକାଶ ବିଭାଗ ସହ ବୈଠକ ପରେ ଆଇନ୍ ମନ୍ତ୍ରୀଙ୍କ ଏହି ସୂଚନା ଦେଇଛନ୍ତି । ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ ପାଇଁ ପାରା ଲିଗାଲ ଭଲ୍ୟୁଣ୍ଟର ଆଗେଇ ଆସିବେ । ଗାଁର ସାଧାରଣ ଓ ଜନଜାତି ପରିବାରଙ୍କ ନ୍ୟାୟିକ ଅଧିକାର ପାଇଁ ଗୁରୁତ୍ୱ ଦିଆଯିବ । ନିର୍ଯାତନାର ଶିକାର ହେଲେ ପ୍ରଥମେ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ଜଣାଇବେ । ଭଲ୍ୟୁଣ୍ଟର ନ୍ୟାୟିକ ଦିଗ ନେଇ ପୀଡ଼ିତାଙ୍କୁ ସାହାଯ୍ୟ କରିବା ସହିତ ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ ।
Popular Categories



