www.samajalive.in
Monday, December 8, 2025
13.1 C
Bhubaneswar

ଦିନିକିଆ ମହିଳା ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା: ରେଣୁକା, ଅମନଜୋତ ଫେରିଲେ; ଶେଫାଳି ନିରାଶ

ମୁମ୍ବଇ: ଭାରତ ଓ ଶ୍ରୀଲଙ୍କାରେ ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆଇସିସି ଦିନିକିଆ ମହିଳା ବିଶ୍ବକପ୍‌ ଖେଳାଯିବ। ଏହି ବିଶ୍ବକପ୍‌ ପାଇଁ ଭାରତୀୟ ମହିଳା ଦଳର ଘୋଷଣା ମଙ୍ଗଳବାର କରାଯାଇଛି। ସୁସ୍ଥ ହୋଇଥିବାରୁ ପେସ୍‌ ବୋଲର ରେଣୁକା ସିଂହ ଓ ଅଲ୍‌ରାଉଣ୍ଡର ଅମନଜୋତ କୌର ଦଳକୁ ଫେରିଛନ୍ତି। ତେବେ ଗତ ବର୍ଷେ ହେଲା ଭାରତୀୟ ମହିଳା ଦିନିକିଆ ଦଳରେ ସ୍ଥାନ ପାଇନଥିବା ଓପ୍‌ନର ଶେଫାଳି ବର୍ମାଙ୍କୁ ସ୍ଥାନ ମିଳିନାହିଁ। ଇଂଲଣ୍ଡ ଗସ୍ତରେ ଭାରତୀୟ ଦିନିିକିଆ ଦଳରେ ଥିବା ତେଜଲ ହସ୍‌ନବିସ ଓ ସୟାଲି ସାତ୍‌ଘରେ ଦଳରୁ ବାଦ୍‌ ପଡ଼ିଛନ୍ତି।

ଶେଫାଳିଙ୍କୁ ଟ୍ବେଣ୍ଟି୨୦ ଦଳରେ ସୁଯୋଗ ମିଳୁଥିବା ବେଳେ ଖରାପ ଫର୍ମ ଯୋଗୁଁ ଦିନିକିଆ ଦଳରୁ ବାଦ୍‌ ପଡ଼ିଥିଲେ। ତାଙ୍କ ସ୍ଥାନରେ ଓପନ୍‌ କରିଥିବା ପ୍ରତୀକା ରାୱଲ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବିଶ୍ବକପ୍‌ ପୂର୍ବରୁ ଭାରତୀୟ ମହିଳା ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବ। ସେପ୍ଟେମ୍ବର ୧୪ରୁ ନ୍ୟୁ ଚଣ୍ଡିଗଡ଼ରେ ଆରମ୍ଭ ହେଉଥିବା ଏହି ଶୃଙ୍ଖଳା ପାଇଁ ଅମନଜୋତ କୌରଙ୍କୁ ବିଶ୍ରାମ ଦିଆଯାଇଛି। ଗତ ବର୍ଷେ ହେଲା ଅମନଜୋତ ଭାରତର ଅନ୍ୟତମ ପ୍ରମୁଖ ଅଲ୍‌ରାଉଣ୍ଡର ଭାବେ ଉଭା ହୋଇଛନ୍ତି। ତେବେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ପିଠି ଆଘାତ ଯୋଗୁଁ ସେ ଦଳରୁ ବାଦ୍‌ ପଡ଼ିଥିଲେ। ରେଣୁକା ସିଂହ ଠାକୁର ଗତବର୍ଷ ଡିସେମ୍ବରରୁ ଆହତ ହୋଇ ଭାରତ ପାଇଁ ଖେଳିନାହାନ୍ତି। ରେଣୁକାଙ୍କ ସହ ଇଂଲଣ୍ଡ ଗସ୍ତରେ ସର୍ବାଧିକ ୱିକେଟ୍‌ ନେଇଥିବା କ୍ରାନ୍ତି ଗୌଡ଼ ଏବଂ ଅମନଜୋତ କୌର ଓ ଅରୁନ୍ଧତୀ ରେଡ୍‌ଡୀ ପେସ୍‌ ବୋଲିଂ ଭାର ସମ୍ଭାଳିବେ। ବିଶେଷଜ୍ଞ ସ୍ପିନର ଭାବେ ଶ୍ରୀ ଚରଣି ଓ ସ୍ନେହ ରାଣା ଏବଂ ଦୁଇ ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ଓ ରାଧା ଯାଦବ ରହିଛନ୍ତି। ହରମନପ୍ରୀତ କୌର ଅଧିନାୟିକା ଓ ଓପ୍‌ନର ସ୍ମୃତି ମାନ୍ଧାନା ଉପଅଧିନାୟକ ରହିଛନ୍ତି। ରିଚା ଘୋଷ ପ୍ରଥମ ପସନ୍ଦର ୱିକେଟ୍‌ ରକ୍ଷକ ଥିବା ବେଳେ ୟାସ୍ତିକା ଭାଟିଆ ଅତିରିକ୍ତ ୱିକେଟ୍‌ ରକ୍ଷକ ଭାବେ ରହିଛନ୍ତି। ହର୍ଲିନ ଦେଓଲ ପୂର୍ବପରି ୩ନଂ ସ୍ଥାନରେ ବ୍ୟାଟିଂକରିବେ।

- Advertisement -

ମହିଳା ବିଶ୍ବକପ୍‌ ପାଇଁ ଭାରତୀୟ ଦଳ
ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପଅଧିନାୟିକା), ପ୍ରତୀକା ରାୱଲ, ହର୍ଲିନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ୍, ରେଣୁକା ସିଂହ, ଅରୁନ୍ଧତୀ ରେଡ୍‌ଡୀ, ରିଚା ଘୋଷ, ୟାସ୍ତିକା ଭାଟିଆ (ଉଭୟ ୱିକେଟ୍‌ ରକ୍ଷକ), କ୍ରାନ୍ତି ଗୌଡ଼, ଅମନଜୋତ କୌର, ରାଧା ଯାଦବ, ଶ୍ରୀ ଚରଣି ଓ ସ୍ନେହ ରାଣା।

ଅଷ୍ଟ୍ରେଲିଆ ଶୃଙ୍ଖଳା ପାଇଁ ଦିନିକିଆ ଦଳ
ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପଅଧିନାୟିକା), ପ୍ରତୀକା ରାୱଲ, ହର୍ଲିନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ୍, ରେଣୁକା ସିଂହ, ଅରୁନ୍ଧତୀ ରେଡ୍‌ଡୀ, ରିଚା ଘୋଷ, ୟାସ୍ତିକା ଭାଟିଆ (ଉଭୟ ୱିକେଟ୍‌ ରକ୍ଷକ), କ୍ରାନ୍ତି ଗୌଡ଼, ସୟାଲି ସାତ୍‌ଘରେ, ରାଧା ଯାଦବ, ଶ୍ରୀ ଚରଣି ଓ ସ୍ନେହ ରାଣା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories