www.samajalive.in
Saturday, December 13, 2025
17.1 C
Bhubaneswar

କଂଗ୍ରେସ ଛାଡ଼ିଲେ ଗିରିଧାରୀ ପତି

ବଲାଙ୍ଗିର : ରାଜନୀତି ଜୀବନ କଂଗ୍ରେସରୁ ଆରମ୍ଭ କରିଥିଲି। କଂଗ୍ରେସ ମୋ ପାଇଁ ଏକ ଦଳ ନୁହେଁ, ପରିବାର ଥିଲା। କିନ୍ତୁ ବର୍ତ୍ତମାନ ଏହି ପରିବାରକୁ କିଛି ମୁଷ୍ଟିମେୟ ଲୋକ ନିଜ ହାତକୁ ନେଇ ପରିବାରବାଦ ପଶେଇଲେଣି। ବଲାଙ୍ଗିର ଜିଲାରେ ପ୍ରକୃତ କଂଗ୍ରେସ ନେତା, କର୍ମୀ ଅଣନିଶ୍ୱାସୀ ହୋଇଗଲେଣି ବୋଲି ସୋମବାର ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଗିରିଧାରୀ ପତି କହିଛନ୍ତି। ୨୦୧୪ ନିର୍ବାଚନରେ କଂଗ୍ରେସ ପରିବାରର ସଦସ୍ୟ ଭାବେ ମୁଁ ଓ ମୋର ସହଯୋଗୀ ବିଧାୟକ ପ୍ରାର୍ଥୀ ନରସିଂହ ମିଶ୍ରଙ୍କୁ ସହଯୋଗ କରିଥିଲୁ। ବିଧାୟକ ପ୍ରାର୍ଥୀ ହୋଇ ପ୍ରଚାର ସମୟରେ ଶ୍ରୀ ମିଶ୍ର ଲୋୟରସୁକତେଲ ବୁଡି ଅଞ୍ଚଳବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶ୍ରୀ ମିଶ୍ର ବିଧାୟକ ହେଲା ପରେ ବଲାଙ୍ଗିରର ଜୀବନରେଖା କୁହାଯାଉଥିବା ଲୋୟରସୁକତେଲ କଥା ଭୁଲିଗଲେ। ଦୀର୍ଘ ୫ ବର୍ଷ ପରେ ମଧ୍ୟ ବୁଡି ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ ହେଲା ନାହିଁ। ବଲାଙ୍ଗିର ବିଧାୟକ ଲୋୟରସୁକତେଲ କାମ କରେଇ ପାରିଲେନି। ବିରୋଧୀ ଦଳ ନେତା ଭାବେ ଶ୍ରୀ ମିଶ୍ର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଥିଲେ ହେଁ କେତେ ଥର ଏହି ପ୍ରସଙ୍ଗ ସମ୍ପର୍କରେ ଦାବି ଉଠାଇଛନ୍ତି ବୋଲି ଶ୍ରୀ ପତି ପ୍ରଶ୍ନ କରିଛନ୍ତି । ଏପରି ସ୍ଥିତିରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଉଥିବା ନେଇ ଶ୍ରୀ ପତି ମତ ବ୍ୟକ୍ତ କରିଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories