ସ୍ମାରକୀର ଇତିବୃତ୍ତି

0

ପ୍ରାୟ ୪୦ ଏକର ପରିମିତ ଜମିରେ ନିର୍ମିତ ସ୍ମାରକୀର ବୃତ୍ତାକୃତି ଚାରି ଦିଗ ଯଥାକ୍ରମେ ‘ଅମର ଚକ୍ର’, ‘ବୀରତା ଚକ୍ର’, ‘ତ୍ୟାଗ ଚକ୍ର’ ଓ ‘ରକ୍ଷକ ଚକ୍ର’ ଭାବେ ନାମିତ ହୋଇଛି। ମହାଭାରତ ସମୟର ଚକ୍ରବ୍ୟୂହାକୃତି ଗୋଲାକାର କ୍ଷେତ୍ରରେ ରହିଛି ଏହି ୪ ଚକ୍ର। ଏଥିରେ ମୋଟ ୧୬ଟି କାନ୍ଥ ରହିଛି। ଏଥିରେ ୨୫,୯୪୨ ସହିଦଙ୍କ ନାମ ଗ୍ରାନାଇଟ୍‌ ପଥର ଉପରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ରକ୍ଷକ ଚକ୍ର ମଧ୍ୟରେ ରହିଛି ୬୦୦ ଗଛ; ଯାହା ଯବାନଙ୍କୁ ପ୍ରତିନିଧିତ୍ବ କରୁଛି। ଏଥିସହିତ କେନ୍ଦ୍ରସ୍ଥଳରେ ଏକ ଖମ୍ବ, ଚିର ପ୍ରଜ୍ବଳିତ ଧୂନି, ପ୍ରସିଦ୍ଧ ୬ଟି ଯୁଦ୍ଧର ବିବରଣୀ ଓ ବ୍ରୋଞ୍ଜ ନିର୍ମିତ ଚିତ୍ର ସ୍ଥାନିତ ହୋଇଛି। ଏଥିମଧ୍ୟରେ ୨୧ଜଣ ପରମ ବୀରଚକ୍ର ସମ୍ମାନ ବିଜେତାଙ୍କ ଚିତ୍ର ସ୍ଥାନ ପାଇଛି। ଏହାର ପ୍ରସ୍ତୁତି କରିଛନ୍ତି ପ୍ରସିଦ୍ଧ ସ୍ଥପତି ରାମ ସୂତାର। ଏହି ସ୍ମାରକୀ ନିର୍ମାଣରେ ୧୭୬କୋଟି ଟଙ୍କା ବ୍ୟୟ ହୋଇଛି। ୧୯୪୭ର ଭାରତ-ପାକିସ୍ତାନ ଯୁଦ୍ଧ, ୧୯୬୨ର ଭାରତ-ଚୀନ୍‌ ଯୁଦ୍ଧ, ୧୯୬୫ ଓ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ, ଶ୍ରୀଲଙ୍କାରେ ନିୟୋଜିତ ଶାନ୍ତିରକ୍ଷା ବାହିନୀ, ୧୯୯୯ରୁ କାର୍ଗିଲ ଯୁଦ୍ଧରେ ସହିଦ ଯବାନ ଏବଂ ବିଦେଶରେ ଶାନ୍ତିରକ୍ଷା ତଥା ଦୁର୍ବିପାକ ସମୟରେ ଜୀବନଦାନ କରିଥିବା ଯବାନଙ୍କ ସ୍ମୃତିରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି। ଏହି ସ୍ମାରକୀ ପାଇଁ ୨୦୧୫ ଡିସେମ୍ବର ୧୮ରେ ଅର୍ଥ ମଞ୍ଜୁର ହୋଇଥିଲା ଓ ନିର୍ମାଣ କାର୍ଯ୍ୟ ୨୦୧୮ ଫେବୃଆରୀରେ ଆରମ୍ଭ ହୋଇଥିଲା। ବାସ୍ତବରେ ୧୯୭୦ରେ ଏହାର ପରିକଳ୍ପନା କରାଯାଇଥିଲା। ୨୦୧୨ ଅଗଷ୍ଟରେ ଏକ ମନ୍ତ୍ରୀ ଗୋଷ୍ଠୀ ଦ୍ବାରା ଏହା ଅନୁମୋଦନ ଲାଭ ସହ ସ୍ଥାନ ଚିହ୍ନଟ ହୋଇଥିଲା।

kalyan agarbati
Leave A Reply