www.samajalive.in
Sunday, December 14, 2025
18.1 C
Bhubaneswar

ଗାନ୍ଧିଜୀଙ୍କ କୃଷ୍ଠାଶ୍ରମ ଆଗମନର ଶତବାର୍ଷିକୀ ସମାରୋହ ଆୟୋଜନର ସ୍ଥିତି ପରଖିଲେ ଜିଲ୍ଲାପାଳ

କଟକ : କଟକ ନୂଆବଜାରସ୍ଥିତ କୃଷ୍ଠାଶ୍ରମଠାରେ ଗାନ୍ଧିଜୀଙ୍କ ଆଗମନର ଶତ ବାର୍ଷିକୀ ସମାରୋହ କଟକ ଜିଲ୍ଲା ପ୍ରଶାସନ,କଟକ ମହାନଗର ନିଗମ ଏବଂ କଟକ ଜିଲ୍ଲା କୃଷ୍ଠ କଲ୍ୟାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର(୨୦-୮-୨୫) ମହାସମାରୋହରେ ପାଳନ କରାଯାଉଛି। ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ଭିଡକୁ ନଜରରେ ରଖି ତଦାରଖ ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ଅପରାହ୍ନରେ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ମାନଙ୍କ ସହ କୃଷ୍ଠାଶ୍ରମ ସଭାସ୍ଥଳ ଏବଂ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ସ୍ଥଳ ପରିଦର୍ଶନ କରିଥିଲେ। ବିଶେଷକରି ସେଠାରେ ମଞ୍ଚ ନିର୍ମାଣ ଓ ଏହାର ସୁରକ୍ଷା ଉପରେ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ପ୍ରକାଶଥାଉ କି ଜାତିର ଜନକ ମାହାତ୍ମା ଗାନ୍ଧୀ ୧୯୨୫ ମସିହା ଅଗଷ୍ଟ ମାସ ୨୦ ତାରିଖରେ ମଧୁବାବୁଙ୍କ ଡାକରାରେ କଟକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନୂଆବଜାରଠାରେ ଅବସ୍ଥିତ କୃଷ୍ଠାଶ୍ରମକୁ ପ୍ରଥମ କରି ପରିଦର୍ଶନ କରିଥିଲେ ଏବଂ ସେଠାରେ ତାଙ୍କ ରହଣି ସମୟରେ ନିଜ ହାତରେ ଅନ୍ତେବାସୀଙ୍କ ସେବା କରିଥିଲେ। ସେ ସମୟରେ ସ୍ୱାଧୀନତା ଆନ୍ଦୋଳନରେ ବହୁ ଜନସାଧାରଣ ଯୋଗ ଦେଉଥିବା ପରିପ୍ରେକ୍ଷୀରେ ସେଠାରୁ ସେବା ଧର୍ମର ବାର୍ତ୍ତା ଦେଇ ସମସ୍ତଙ୍କୁ ଜାଗ୍ରତ କରିବା ସହ ଗାନ୍ଧିଜୀଙ୍କ ନେତୃତ୍ୱରେ  ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ କଟକ ମହାନଗର ନିଗମ ଆୟୁକ୍ତ, କିରଣ ଦୀପ କୌର ସାହୋତା ଉପସ୍ଥିତ ରହି ମହାନଗର ନିଗମ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ” ଗାନ ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି। ଅତିରିକ୍ତ  ଜିଲ୍ଲାପାଳ(ଉନ୍ନୟନ) ଇପ୍ସିତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ତଥା ମହାନଗର ନିଗମର ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories