www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ୟାଙ୍କର ଧକ୍କାରେ ଜଣେ ମହିଳା ମୃତ, ଜଣେ ଗୁରୁତର

ଗଞ୍ଜାମ : ଜାତୀୟ ରାଜପଥ ୧୬ରେ ହୁମ୍ମା ଫାଣ୍ଡି ସାମ୍ନାରେ ମଙ୍ଗଳବାର ସନ୍ଧ୍ୟାରେ  ଏକ ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ମୃତକ ମହିଳା ହେଲେ କୈବ୍ରତ  ସାହିର ବି.ମାଳତୀ ପ୍ରଧାନ । ଗୁରୁତର  ମହିଳା ଜଣଙ୍କ ହେଲେ କେ.ଯମୁନା ପ୍ରଧାନ । ସ୍ଥାନୀୟ ଲୋକେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲକୁ ପଠାଇଥିବା ଜଣାପଡିଛି। ଘଟଣାସ୍ଥଳରେ ହୁମ୍ମା ଫାଣ୍ଡି ଅଧିକାରୀ ତଦନ୍ତ ଆରମ୍ଭ କରିବା ସହ ମୃତ ମହିଳାଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ପଠାଇଥିବା ଜଣାପଡିଛି । ଦୀର୍ଘ ଦିନ ହେଲା ଓଭର ବ୍ରିଜ ନିର୍ମାଣ ହେଉନଥିବା ଯୋଗୁଁ ଗୋଟିଏ ରାସ୍ତାରେ ଉଭୟ ପଟୁ ଯାନବାହାନ ଯାତାୟାତ ହେଉଛି । ଫଳରେ ଏଭଳି ବାରମ୍ବାର ଦୁର୍ଘଟଣା ହେଉଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି । ସୂଚନା ଯୋଗ୍ୟ ଯେ ମହିଳା ଶ୍ରମିକ କାମ ସାରି ଘରକୁ ଫେରୁଥିବା ସମୟରେ ପଛପଟୁ ଅଜଣା  ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories