www.samajalive.in
Sunday, December 14, 2025
26.1 C
Bhubaneswar

ଟୋଲପ୍ଲାଜାରେ ଯବାନଙ୍କୁ ମାଡ ଘଟଣା, ୬ ଗିରଫ

ମିରଟ : ମିରଟରେ ଟୋଲ ପ୍ଲାଜାରେ ସୋମବାର ମଧ୍ୟାହ୍ନ ୧ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବଡ ଧରଣର ହଙ୍ଗାମା ଦେଖିବାକୁ ମିଳିଥିଲା ।  ମିରଟ-କରନାଲ ଜାତୀୟ ରାଜପଥରେ ଥିବା ଭୁନି ଟୋଲ ପ୍ଲାଜାରେ ରବିବାର ରାତିରେ ଜଣେ ସେନା ଯବାନଙ୍କୁ ମାଡ ମାରିବା ଘଟଣାରେ ଲୋକମାନେ ଭଙ୍ଗାରୁଜା କରିବା ସହ ମାଡ ମାରିଥିଲେ ।

ଗୋଟକା ଓ ଆଖପାଖ ଗାଁର ୫୦୦ରୁ ଅଧିକ ଲୋକ ଭୁନି ଟୋଲ୍ ପହଞ୍ଚି ଟୋଲ ଅଫିସ ଭଙ୍ଗାରୁଜା କରିଥିଲେ । ଲୋକମାନେ ପଥର ମାଡ କରିବା ସହ କମ୍ପ୍ୟୁଟର, ଏସି, ଆସବାବପତ୍ର ଭାଙ୍ଗିଦେଇଥିଲେ । ଟୋଲକର୍ମୀଙ୍କୁ ଆକ୍ରମଣ ଉଦ୍ୟମ କରିଥିବାବେଳେ ସେମାନେ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ଏହା ପରେ ଆକ୍ରମଣକାରୀ ଘଟଣାସ୍ଥଳରେ ଧାରଣାରେ ବସିଥିଲେ । ସୂଚନା ପାଇ ଏସପି, ଏଡିଏମ୍, ଏସଡିଏମଙ୍କ ସମେତ ୮ଟି ଥାନାର ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ।

- Advertisement -

କହିରଖୁଛୁ ରବିବାର ରାତିରେ ସେନାର ଯବାନ କପିଲଙ୍କୁ ଟୋଲକର୍ମୀମାନେ ଏକ ଖୁମ୍ବରେ ବାନ୍ଧି ମାଡ ମାରିଥିଲେ । ସେ ଶ୍ରୀନଗରରେ ରାଜପୁତ ବାଟାଲିୟନରେ ନିୟୋଜିତ ଅଛନ୍ତି । ବୋଲବମ୍ ପାଇଁ ସେ ଛୁଟିରେ ଆସିଥିଲେ । ରବିବାର ଶ୍ରୀନଗର ଫେରୁଥିଲେ । ସୋମବାର ସକାଳ ୫ଟାରେ ଫ୍ଲାଇଟ ଥିଲା । ରାତି ପ୍ରାୟ ୮ଟା ସମୟରେ ସେ ନିଜ ଭାଇ ସହିତ କାରରେ ଫେରୁଥିଲେ । ଟୋଲ ପ୍ଲାଜାରେ ଲମ୍ବା ଲାଇନ୍ ଥିଲା । ସେ ଟୋଲ କର୍ମୀଙ୍କୁ ନିଜ ଆର୍ମି କାର୍ଡ ଦେଖାଇ ଜଲଦି ଛାଡିଦେବାକୁ କହିଥିଲେ । ନଚେତ୍ ତାଙ୍କ ଫ୍ଲାଇଟ୍ ମିସ୍ ହେବ ବୋଲି ଜଣାଇଥିଲେ । କିନ୍ତୁ ଟୋଲ୍ କର୍ମୀ ତାଙ୍କ ସାଙ୍ଗରେ ଯୁକ୍ତି କରିଥିଲେ । ଶେଷରେ କପିଲଙ୍କୁ ଏକ ଖୁମ୍ବରେ ବାନ୍ଧି ମାଡ ମାରିଥିଲେ । ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories