www.samajalive.in
Saturday, December 13, 2025
21.1 C
Bhubaneswar

ବିକାଶର ବାଟ ଓଗାଳିଛି ଖାଲ, ବର୍ଷା ଦିନେ ୩ ଫୁଟର ପାଣି

ରଣପୁରଗଡ : ପ୍ରତି ଗାଁର ବିକାଶ ପାଇଁ ସରକାର ଅନେକ ଟଙ୍କା ଖର୍ଚ୍ଚ କରୁଥିବାବେଳେ ନୟାଗଡ ଜିଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ଲତାର ଗ୍ରାମ ଏଥିରୁ ବାଦ୍ ପଡିଛି । ଅର୍ଥର ଆବଶ୍ୟକ ଅନୁସାରେ ବ୍ୟୟ ହେଉନଥିବା ଅଭିଯୋଗ ହୋଇଛି । ବ୍ରଜରାଜପୁର ଗ୍ରାମ ପଞ୍ଚାୟତ କେ।ଡିଏ ୱାର୍ଡ ମଧ୍ୟରୁ ଚାରିଟା ୱାର୍ଡ ହେଉଛି ହେଉଛି ଲତାର ଗ୍ରାମ। ଜନସଂଖ୍ୟା ପ୍ରାୟ ଏକ ହଜାରରୁ ଅଧିକ ହେବ । ଗାଁର ବିକାଶରେ ବାଧକ ସାଜିଛି ଗାଁ ମୁଣ୍ଡ  ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ମଝିରେ ଥିବା ଖାଲ । ରାସ୍ତା ମଝିରେ ଥିବା ଏହି ଖାଲରେ ପାଣି ତିନିଫୁଟରୁ ଅଧିକ ହେବ । ଫଳରେ ସ୍କୁଲ ଯାଉଥିବା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି କଲେଜ, ବଜାର ଓ ରଣପୁର କାର୍ଯ୍ୟାଳୟ ଯାଉଥିବା ଶହ ଶହ ଲୋକ ପ୍ରତିଦିନ ହଇରାଣ ହେଉଛନ୍ତି।

ଗାଁ ଦାଣ୍ଡର ବର୍ଷାଜଳ ଜମା ହେବା ଦ୍ଵାରା ଅନେକ ସମସ୍ୟା ଦେଖା ଦେଉଛି। ଗାଁ ମୁଣ୍ଡ ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଡ୍ରେନକୁ ଗାଁ ଦାଣ୍ଡ ଜଳ ଯିବାପାଇଁ ରାସ୍ତା ନାହିଁ। ଗତବର୍ଷ ସମାନ ସମସ୍ୟା ଦେଖାଦେଇଥିଲା । ପଞ୍ଚାୟତ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ସମାଧାନ ନକରି କେବଳ ପଥର ଗୁଣ୍ଡ ପକାଇ ଚାଲିଯାଇଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦିଶ ସାହୁ  କୁହନ୍ତି ବ୍ଳକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ। ଅନ୍ୟପଟେ ସମସ୍ୟା ତାଙ୍କ ଦୃଷ୍ଟିକୁ ଆସିନଥିଲା ବୋଲି କୁହନ୍ତି ରଣପୁର ବ୍ଳକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମିନୀ ଖଟୁଆ । ବିଡିଓଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମଣ୍ଡଳ ଉନ୍ନୟନ ଅଧିକାରୀ ମନେ।ଜ କୁମାର ନାୟକ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories