ଭୁବନେଶ୍ବର : ଏଥର ବଡଗଡରେ ୬୧ ଫୁଟର ଗଣେଷ ମୂର୍ତ୍ତି ପୂଜା ପାଇବେ । ଏହା ଓଡିଶାର ସର୍ବବୃହତ ଗଣେଶ ମୂର୍ତ୍ତି ହେବ । ଏହା ସହିତ ଗଣେଷଙ୍କ ୨ ରୂପା ପାଦ ଓ ୫ ଫୁଟ ଉଚ୍ଚର ରୂପା ମୂଷିକ ବାହନ ପୂଜା ପାଇବେ। ଗଣେଶଙ୍କ ପାଖରେ ୬୧ କେଜିର ଲଡୁ ଭୋଗ ପୂଜା ଲାଗିବ । ଆୟୋଜକ ବ୍ରାଇଟ୍ ଷ୍ଟାର ୟୁଥ୍ ଆସୋସିଏସନ ଓ ବଡଗଡ ଗଣେଶ ମହୋତ୍ସବ ପୂଜା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗଣେଶ ପୂଜାରେ ୨୫ରୁ ୩୦ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି। ୭ ଦିନ ଧରି ପୂଜାକୁ ଜାକଜମକରେ ପାଳ ପାଳନ କରାଯିବ। ସୋମବାର ୧୦,୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । କମିଟିର ସମ୍ପାଦକ ସଂଗ୍ରାମ ମାର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ, ରୁକୁ ସେନା, ସୁଜ୍ଞାନି ମହାପାତ୍ର, ବର୍ଣ୍ଣାଳୀ ହୋତା, ଦେବେଶ ପତି ପ୍ରମୁଖ ସଙ୍ଗୀତ ମହାକୁମ୍ଭରେ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି ।
Popular Categories



