www.samajalive.in
Saturday, December 13, 2025
26.1 C
Bhubaneswar

ଚୋରି ଘଟଣାରେ ସିମୁଳିଆ ପୋଲିସର ପର୍ଦ୍ଦାଫାସ, ୨ ଗିରଫ

ସିମୁଳିଆ :ସିମୁଳିଆ ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ଘଟୁଥିବା ବେଳେ ସିମୁଳିଆ ପୋଲିସ ଏକ ଘଟଣାର ପର୍ଦ୍ଦାଫାସ କରିବା ସହ ଚୋରି ଅଳଙ୍କାର ଜବତ ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅଞ୍ଚଳ ଅମରିଆ ପଞ୍ଚାୟତର ଅମରିଆ ଗ୍ରାମର ଅଞ୍ଜନ ଶଙ୍ଖୁଆଙ୍କ ସ୍ତ୍ରୀ ଅଙ୍କିତା ଶଙ୍ଖୁଆ ସିମୁଳିଆ ଥାନାରେ ଅଭିଯୋଗ ଅନୁଯାୟୀ ଜୁଲାଇ ୩ ତାରିଖରେ ଅଙ୍କିତା ନିଜ ବାପଘର କେନ୍ଦୁଝର ଜିଲ୍ଲା ସରଭଙ୍ଗା ଯାଇଥିଲେ ।  ସେହିମାସ ୧୧ ତାରିଖରେ ଘରକୁ ଫେରିବା ଆସି ଦେଖିଥିଲେ ତାଙ୍କ ଘର ଚାବି ଭାଙ୍ଗି ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର କେହି ଦୁର୍ବୁତ୍ତ ନେଇ ଯାଇଛନ୍ତି ।  ଏ ସଂକ୍ରାନ୍ତରେ ଅଙ୍କିତା ସିମୁଳିଆ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପାଇ ସିମୁଳିଆ ପୋଲିସ ୩୬୫/୨୫ କେସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ସନ୍ଦେହରେ ପୋଲିସ ଜାଣିବାକୁ ପାଇ ଅଙ୍କିତାଙ୍କ ସମ୍ପର୍କୀୟ ଦିଅର ଭାଗବତ ଶଙ୍ଖୁଆଙ୍କ ପୁଅ ଚନ୍ଦ୍ରଶେଖରକୁ ଗିରଫ କରି ଜାଣିବାକୁ ପାଇଥିଲେ ସେ ପୁରୀ ଅଞ୍ଚଳର ବିଜୟ ଭୋଇଙ୍କୁ ଚୋରି କରିଥିବା ସୁନା ଗହଣା ଦେଇଥିଲେ ।

ପୋଲିସ ବିଜୟକୁ ପଚରା ଉଚୁରା କରିବା ପରେ ସେ ଗହଣା ଗୋଡ଼ିକ ପୁରୀ ବାଲିପୁଟ ଠାରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କରେ ୧ ଲକ୍ଷ ୩୫ହଜାର ଟଙ୍କାରେ ସୁନା ଅଳଙ୍କାର ବନ୍ଧକ ରଖିଥିବା ଜାଣିବାକୁ ପାଇଥିଲେ ।  ଆଉ କିଛି ଅଳଙ୍କାର ବିଜୟ ତାଙ୍କ ଝିଅକୁ ପିନ୍ଧିବାକୁ ଦେଇଥିଲେ । ପୋଲିସ ସୁନା ଅଳଙ୍କାର ଉଦ୍ଧାର କରିବା ସହ ବିଜୟ ଓ ଚନ୍ଦ୍ରଶେଖର ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଆଜି ବାଲେଶ୍ୱର ଏସ. ଡି. ପି. ଓ ଶୁଭ୍ରାଂଶୁ ନାୟକଙ୍କ ନିର୍ଦ୍ଦେଶ କ୍ରମେ ସିମୁଳିଆ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।  ସେମାନଙ୍କ ନିକଟରୁ ସୁନା ନେକଲେସ, ହାତ ମୁଦି, କାନ କୁଣ୍ଡଳ, ସୁନା ଚେନ, ମଙ୍ଗଳ ସୂତ୍ର, ୭ଟି ଲକେଟ, ଦେଶୀ ଘିଅ ୨ ଲିଟର ଓ ଏକ ମୋବାଇଲ ଫୋନ ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାର ଉର୍ଦ୍ଧ୍ୱ ଜିନିଷ ଉଦ୍ଧାର କରିଥିଲେ ।   ଏଥି ସହିତ ପୂର୍ବରୁ ଏମାନଙ୍କର ଅପରାଧିକ ମାମଲା ଅଛି କିଛି ନାହିଁ ତଦନ୍ତ କରୁଥିବା ପୋଲିସ ପ୍ରକାଶ କରିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories