www.samajalive.in
Monday, December 8, 2025
14.1 C
Bhubaneswar

ଶିକ୍ଷକଙ୍କୁ ମାଡ଼ ମାରି ଅଡୁଆରେ ସରପଞ୍ଚଙ୍କ ସ୍ୱାମୀ

ଢେଙ୍କାନାଳ ସଦର: ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ପଶି ଜଣେ କାର୍ଯ୍ୟରତ ଶିକ୍ଷକଙ୍କୁ ମାଡ ମାରି ହରଡ଼ଘଣାରେ ପଡ଼ିଛନ୍ତି ଦଶମାଣପାଟଣା ସରପଞ୍ଚଙ୍କ ସ୍ୱାମୀ। ଯାଜପୁର ସୀମାନ୍ତ ଦଶମାଣପାଟଣା ପଞ୍ଚାୟତ ଦଶମାଣପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ସ୍ୱାଧୀନତା ଦିବସ ପାଳନ ହୋଇଥିଲା। ମଧ୍ୟାହ୍ନଭୋଜନ ରନ୍ଧାଖାଦ୍ୟ ସହ ଶୁକ୍ରବାର ଖାଦ୍ୟପୋଷଣ ଦିବସ ଥିବା ଯୋଗୁଁ ସିଝାଅଣ୍ଡା ଦିଆଯାଇଥାଏ। କିନ୍ତୁ ସେଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପଡ଼ିଥିବାରୁ ଛାତ୍ରଛାତ୍ରୀ ଅଣ୍ଡା ଖାଇବାକୁ ମନା କରିଥିଲେ। ତେଣୁ ତା’ ବଦଳରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ ବେହେରା ବିସ୍କୁଟ ଓ ଫଳ ପିଲାଙ୍କୁ ଖାଇବାକୁ ଦେଇଥିଲେ। ବିଦ୍ୟାଳୟରୁ ଫେରିବା ସମୟରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ସୁଧୀରକୁମାର ପ୍ରଧାନ ଓ ସାଥି ତ୍ରିଲୋଚନ ପ୍ରଧାନ ବିଦ୍ୟାଳୟକୁ ଆସି ଗାଳିଗୁଲଜ କରିବା ଆରମ୍ଭ କରି କାହିଁକି ପିଲାଙ୍କୁ ଅଣ୍ଡା ଖାଇବାକୁ ଦେଲୁନି ବୋଲି ପ୍ରଶ୍ନ କରିଥିଲେ। ଜନ୍ମାଷ୍ଟମୀଥିବାରୁ ପିଲା ଖାଇବାକୁ ମନା କଲେ ଆସନ୍ତାକାଲି ଶନିବାର ପିଲାଙ୍କୁ ଖାଦ୍ୟରେ ଅଣ୍ଡା ଦିଆଯିବ ବୋଲି ପ୍ରଧାନଶିକ୍ଷକ କହିଥିଲେ। ଏଥିରେ ସୁଧୀର ରାଗିଯାଇ ମୁଁ ସରପଞ୍ଚଙ୍କ ସ୍ୱାମୀ କହି ଗାଳିଗୁଲଜ କରିଥଲେ। ସେହି ସମୟରେ ତ୍ରିଲୋଚନ ଉକ୍ତ ପ୍ରଧାନଶିକ୍ଷକଙ୍କ କଲର ଧରି ଧକ୍କା ମାରି ତାଙ୍କ ମୋବାଇଲ ଛଡାଇ ନେଇଥିଲା। ସେତିକି ବେଳେ ସୁଧୀର ଛଡ଼ାଇବା ବାହାନାରେ ଉକ୍ତ ଶିକ୍ଷକଙ୍କୁ କୁଣ୍ଢାଇଧରି ଥିବାବେଳେ ତ୍ରିଲୋଚନ ପଛପଟରୁ ଗୋଇଠା ମାରିଥିଲା। ଏତିକିରେ କଥା ସରି ନଥିଲା। ସୁଧୀର ଉକ୍ତ ଶିକ୍ଷକଙ୍କୁ ଧମକ ଦେଇ କହିଥିଲା ଯଦି ମୋ କଥା ନ ମାନୁ ତାହାଲେ ଆଗକୁ ପରିସ୍ଥିତି ଭୟଙ୍କର ହୋଇପାରେ ବୋଲି ପୁଲିସ ନିକଟରେ ଅଭଯୋଗ ହୋଇଛି। ନିଜର ଜୀବନ ପ୍ରତି ବିପଦଥିବା ଅନୁଭବ କରି ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ ବେହେରା ନିହଲପ୍ରସାଦ ଥାନାରେ ଘଟଣା ସମ୍ପର୍କରେ ସୁଧୀର ଓ ତ୍ରିଲୋଚନ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

ଆକର୍ଷଣୀୟ ଲୁକ୍‌.. ସ୍ମାର୍ଟ ଫିଚର, ୟାମାହା ଏକାଠି ଆଣିଲା ୨ଟି ହାଇବ୍ରିଡ୍‌ ସ୍କୁଟର, ଦାମ୍‌ ଏତିକି ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories