www.samajalive.in
Tuesday, December 9, 2025
16.1 C
Bhubaneswar

ହତ୍ୟା ପରେ ମା’କୁ ହଜାର ଖଣ୍ଡରେ କାଟି କୁକୁରକୁ ଖୁଆଇଲା ପୁଅ

ନୂଆଦିଲ୍ଲୀ: ପ୍ରଥମେ ମା’କୁ ହତ୍ୟା କଲା ଓ ପରେ ମୃତଦେକୁ ହଜାର ଖଣ୍ଡରେ କାଟି ଗଳିର କୁକୁରଙ୍କୁ ଖୁଆଇଲା । ଏହି ମାତୃହନ୍ତା ପୁଅକୁ ପୁଲିସ ଗିରଫ କରିଛି । ପୁଲିସ ନିକଟରେ ଅଭିଯୁକ୍ତ ଜଣଙ୍କ ଦୋଷ ସ୍ବୀକାର କରି କିହିଛି ଯେ, ମା’ ର ମୃତଦେହକୁ ହଜାର ଖଣ୍ଡରେ କାଟି ତାହାକୁ ରୋଷେଇ କରିଥିଲେ । ପରେ ଏହାକୁ ଗଳିର କୁକୁରଙ୍କୁ ଖାଇବାକୁ ଦେଇଥିଲେ । ଅଭିଯୁକ୍ତ ଜଣଙ୍କ ହେଲେ ସ୍ପେନର ୨୬ ବର୍ଷୀୟ ଆଲବର୍ଟ ସଞ୍ଚେଜ ଗୋମେଜ । ସେ ଡ୍ରଗ୍ସ ସେବନ କରନ୍ତି ଏବଂ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବା ପୁଲିସ କହିଛି । ମୃତକଙ୍କ ବୟସ ୬୬ ବର୍ଷ ବୋଲି ଜଣାପଡିଛି । ଏହି ଘଟଣାଟି ଏକ ମାସ ପୂର୍ବରୁ ଘଟିଥିବା ପୁଲିସ ସନ୍ଦେହ କରୁଥିବା ବେଳେ ଗତ ସପ୍ତାହରେ ଜଣେ ପଡୋଶୀ ମହିଳାଙ୍କୁ ଦେଖିଥିବା ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ରେ ମଧ୍ୟ ଏଭଳି ଏକ ହତ୍ୟାକାଣ୍ଡ ଘଟିଥିଲା । ଜଣେ ମହିଳା ତାଙ୍କ ପୁରୁଷସାଥୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିଥିଲେ । ପରେ ଏଥିରେ ବିରିୟାନି ପ୍ରସ୍ତୁତ କରି ପାକିସ୍ତାନୀ ଶ୍ରମିକଙ୍କୁ ଖାଇବାକୁ ଦେଇଥିଲେ ।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories