www.samajalive.in
Thursday, December 11, 2025
16.1 C
Bhubaneswar

ପିପିଲି ଘଟଣା ପଛରେ ଆତ୍ମଦାହ ଉଦ୍ୟମ- ଅତିରିକ୍ତ ଏସପି

ପିପିଲି : ପିପିଲି ମହିଳା ପୋଡି ଘଟଣାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଏନେଇ ଗୁରୁବାର ଅତିରିକ୍ତ ଏସପି ସୂଚନା ଦେଇ କହିଛନ୍ତି, ପିପିଲି ଘଟଣା ପଛରେ ଆତ୍ମଦାହ ଉଦ୍ୟମ ରହିଛି। ପାରିବାରିକ କଳହ ନଥିଲା। ଋଣ ଚାପରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌ ଓ କିରାସିନି ବୋତଲ ଜବତ ହୋଇଛି । ସୁଇସାଇଡ୍‌ ନୋଟ୍‌କୁ ଯାଞ୍ଚ ପାଇଁ ପଠାଯାଇଛି। ପାଖରେ ଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଉଛି । ଶରୀର ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ଭେଣ୍ଟିଲେଟରରେ ରହିଛନ୍ତି ।
ସୂଚନାଯୋଗ୍ୟ, ପିପିଲି ଅଞ୍ଚଳର ଜଣେ ମହିଳା ବୁଧବାର ସନ୍ଧ୍ୟାରେ ନିଆଁରେ ପୋଡି ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି। ମହିଳାଙ୍କ ନାମ ଅର୍ଚ୍ଚନା ଦାଶ  ବୋଲି ସୂଚନା ମିଳିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର  କରାଯାଇଛି।

ରାସନ ଚାଉଳ ପାଇଁ ଶ୍ୱଶୁର ଘରେ ନିସ୍ତୁକ ମାଡ ଖାଇଲେ ଜ୍ୱାଇଁପୁଅ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories