www.samajalive.in
Sunday, December 14, 2025
26.1 C
Bhubaneswar

ଗିରଫ ହେଲେ ଦକ୍ଷିଣ କୋରିଆର ପୂର୍ବତନ ପ୍ରଥମ ମହିଳା

ସମାଜଡିଜିଟାଲ୍‌ ଡେସ୍କ – ଦକ୍ଷିଣକୋରିଆର ପୂର୍ବତନ ପ୍ରଥମ ମହିଳା ତଥା ପୂର୍ବତନ ରାଷ୍ଟ୍ରପତିଙ୍କ ପତ୍ନୀ କିମ୍‌ କେଓନ୍‌ ହି ଗିରଫ ହୋଇଛନ୍ତି। ସେ ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କଥା ସୂଚନା ମିଳିଛି ।

ନିର୍ବାଚନରେ ଅନିୟମିତତା କରିବା ଅଭିଯୋଗ ପରେ ତାଙ୍କର କାର୍ଯ୍ୟାଳୟମାନଙ୍କରେ ବିଭିନ୍ନ ସରକାରୀ ସଂସ୍ଥା ଚଢଉ କରିଥିଲେ ।

- Advertisement -

ପୂର୍ବତନ ପ୍ରଥମ ମହିଳା କିମ କିଓନ୍‌ ହି ମଙ୍ଗଳବାରରେ ଗିରଫ ହୋଇଥିଲେ । ତାଙ୍କ ବିରୋଧର ଲାଞ୍ଚ, ଅଂଶଧନ ହେରଫେର୍‌ କରିବା ଅଭିଯୋଗ ରହିଥିଲା । ତାଙ୍କର ଓକିଲ ୫୨ ବର୍ଷିୟା କିମ୍‌ଙ୍କ ଗିରଫ ବିଷୟରେ ପୁନଃ ବିଚାର କରିବା ପାଇଁ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ । ମାତ୍ର ଅଦାଲତ ସେ ବିଭିନ୍ନ ପ୍ରମାଣକୁ ନଷ୍ଟ ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି କହିବା ସହ ତାଙ୍କର ଜାମିନ୍‌ ଆବେଦନକୁ ଖାରଜ କରିଦେଇଥିଲେ । ଦକ୍ଷିଣ କୋରିଆର ସଂସଦୀୟ ନିର୍ବାଚନରେ କିମ୍‌ ହେରଫେର କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ୮୪୮ ପୃଷ୍ଟାର ଅଭିଯୋଗ ଅଦାଲତରେ ଦାଖଲ କରାଯାଇଛି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories