www.samajalive.in
Sunday, December 14, 2025
16.1 C
Bhubaneswar

କୁକୁ଼ଡା ବୋଝେଇ ଗାଡ଼ି ଧକ୍କାରେ ଯୁବକ ମୃତ

ଆଠଗଡ- ଆଠଗଡ ସହର ନିକଟବର୍ତ୍ତୀ ୬୫ ନଂ ରାଜ୍ଯ ରାଜପଥର ଦୋରଡରେ ଏକ ପିକ୍ ଅପ୍ ଭ୍ୟାନ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ଯୁ ହୋଇଯାଇଥିବା ଜଣାପଡିଛି । ମୃତ ଯୁବକ ହେଲେ ଆଠଗଡ ସହର ଉପକଣ୍ଠ ରାଧାପତିପୁର ଗ୍ରାମର ବିଚିତ୍ର ରାଉତଙ୍କ ପୁଅ ବିପ୍ଲବ ରାଉତ (୩୦) ବୋଲି ଜଣାପଡିଛି । ଖୁଣ୍ଟୁଣୀର ଏକ ଗ୍ୟାରେଜରେ ମେକାନିକ୍ ଭାବେ କାର୍ଯ୍ଯରତ ବିପ୍ଳବ ନିଜ କାମ ସାରି ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଦୋରଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆଠଗଡ ପଟୁ ଯାଉଥିବା ଏକ କୁକୁଡ଼ା ବୋଝେଇ ପିକ୍ ଅପ୍ ଭ୍ୟାନ ତାଙ୍କ ବାଇକ୍‌କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ବିପ୍ଲବଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଶ୍ବଜିତ ମହାନ୍ତି, ଥାନା ଅଧିକାରୀ ସୁମତି ମହାନ୍ତି ଓ ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ମୃତକଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ରାସ୍ତା ଅବରୋଧ ହଟାଇ ଥିଲେ। ବୁଧବାର ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଯୁବକଙ୍କ ମୃତ୍ଯୁକୁ ନେଇ ଡାକ୍ତରଖାନା ଓ ରାଧାପତିପୁର ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

- Advertisement -

ଏ ବାବଦରେ ଆଠଗଡ଼ ଥାନାରେ ଏକ ମାମଲା ରୁଜୁ ହେବା ସହିତ ପିକ୍ ଅପ୍ ଗାଡ଼ିର ଚାଳକ ପଶ୍ଚିମବଙ୍ଗର ସୁଶାନ୍ତ ଦେକୁ ଅଟକ ରଖା ଯାଇଥିବା ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ସମ୍ଭୁତି ପଣ୍ଡା ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories