ପାଟଣା – ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଅନ୍ତର୍ଗତ ବାଉଁଶଡିହା ଗ୍ରାମବାସୀ ମାନେ ନିଜ ଉଦ୍ୟମରେ ଏକ କାଠପୋଲ ନିର୍ମାଣ କରିଛନ୍ତି । ଏଠାରେ ଥିବା ଏକ ଛୋଟପୋଲ ଦୀର୍ଘ ଦିନ ହେଲା ଅଳ୍ପ ଭାଙ୍ଗି ଯାଇଥିଲା।ଗତ ଲଗାଣ ବର୍ଷା ରେ ଏହି ପୋଲ ଟି ଅଧିକ ଧୋଇ ଯିବାରୁ ଯିବା ଆସିବା ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଯାହାଫଳରେ ଗ୍ରାମବାସୀ ମାନେ ଯିବା ଆସିବା ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ।
ବାରମ୍ବାର ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ଧାଇଁ ଧାଇଁ କେହି ଶୁଣି ନଥିଲେ । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ନିଜେ ଅଣ୍ଟା ଭିଡିଥିଲେ। ଗ୍ରାମର ସାହିଭାଇ ଏକାଠି ହୋଇ କାଠ ଗଡ଼ ଯୋଗାଡ଼ କରି ପୋଲ ତିଆରି କରିଛନ୍ତି ।ନିଜସ୍ୱ ଉଦ୍ୟମରେ ପୋଲ ନିର୍ମାଣ ପରେ ଏବେ ଏହି ରାସ୍ତାରେ ଯିବାଆସିବା ପାଇଁ କୌଣସି ଅସୁବିଧା ହେବନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି।



