ଭୁବନେଶ୍ବର : ଭାରତରେ ୟେଜ୍ଦି ନିଜ ରୋଡଷ୍ଟରକୁ ଲଞ୍ଚ୍ କରିଦେଇଛି । ଏହାର ଏକ୍ସ ଶୋରୁମ୍ ଦାମ୍ ୨.୧୦ ଲକ୍ଷ ଟଙ୍କା ରଖାଯାଇଛି । ନୂଆ ମଡେଲରେ ଅନେକ ଅପଡେଟ୍ ଓ କଲର ସ୍କିମ୍ ଯୋଡାଯାଇଛି ଯାହା ଏହାର ଲୁକକୁ ଅଧିକ ପ୍ରିମିୟମ୍ କରୁଛି ।
ୟେଜଦି ରୋଡଷ୍ଟରରେ ରାଉଣ୍ଡ ଏଲଇଡି ହେଡଲାଇଟ୍ ସହିତ ନୂଆ କାଉଲ, ଟିୟରଡ୍ରପ୍ ଶେପ୍ ବିଶିଷ୍ଟ ଫ୍ୟୁଲ ଟ୍ୟାଙ୍କ, କର୍ଭଡ୍ ଫେଣ୍ଡର୍ସ ଓ ପତଳା ଟେଲ୍ ଲ୍ୟାମ୍ପ ଦିଆଯାଇଛି । ଏଥିରେ ୬ ଫ୍ୟାକ୍ଟ୍ରି କଷ୍ଟମ କିଟ୍ସର ବିକଳ୍ପ ଦେଉଛି କମ୍ପାନୀ ଯେଉଁଥିରେ ଇଣ୍ଟିଗ୍ରେଟେଡ୍ ଟେଲଲାଇଟ୍ ଓ ଟର୍ଣ୍ଣ ଇଣ୍ଡିକେଟର୍ସ, ଡ୍ୟୁଲ ଟୋନ୍ ପେଣ୍ଟ୍ ଫିନିଶ୍, ରିମୁଭେବଲ ପିଲିୟନ୍ ସିଟ୍ ଭଳି ଫିଚର୍ ସାମିଲ । ଏହି ବାଇକରେ ମଜଭୁତ ଷ୍ଟିଲ୍ ଫ୍ରେମ୍ ମିଳିବ ଯେଉଁଥିରେ ଟେଲିସ୍କୋପିକ୍ ଫୋର୍କ ଏବଂ ରିୟରରେ ଟ୍ବିନ୍ ଶକ୍ ଆବଜର୍ଭ୍ସ ମିଳିବ । ଆଲୟ ହ୍ବିଲ୍ସ ସହିତ ଟ୍ୟୁବଲେସ୍ ଟାୟାର୍ ମିଳିବ । ବ୍ରେକିଂ ପାଇଁ ସାମ୍ନାରେ ୩୨୦ ଏମଏମ ଡିସ୍କ ଓ ପଛରେ ୨୪୦ ଏମଏମ ଡିସ୍କ ବ୍ରେକ୍ ଦିଆଯାଇଛି ଯାହା ଫଳରେ ଉତ୍ତମ ସେଫ୍ଟି ମିଳିବ ।
୨୦୨୫ ୟେଜଦି ରୋଡଷ୍ଟରରେ ୩୩୪ ସିସିର ଲିକ୍ବିଡ୍ କୁଲ୍ଡ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ମିଳିବ ଯାହା ୨୮.୬ ବିଏଚପି ପାଓ୍ବର ଓ ୩୦ ଏନଏମର ଟର୍କ ଉତ୍ପନ କରିବ । ଏଥିରେ ୬ ସ୍ପିଡ୍ ଗିୟରବକ୍ସ ମିଳିବ । ବାଇକରେ ଆସିଷ୍ଟ କ୍ଲଚ୍ ମଧ୍ୟ ମିଳିବ । କମ୍ପାନୀ ଏଥିରେ ୪ ବର୍ଷ କିମ୍ବା ୫୦ ହଜାର କିଲୋମିଟରର ଷ୍ଟାଣ୍ଡାର୍ଡ ଓ୍ବାରେଣ୍ଟି ମଧ୍ୟ ଦେଉଛି । ବୁକିଂ ଆରମ୍ଭ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ଏହାର ଡେଲିଭରୀ ହେବ । ଗ୍ରାହକ ଏହାକୁ କ୍ରୟ କରିବା ପାଇଁ ନିକଟସ୍ଥ ଶୋରୁମକୁ ଯାଇପାରିବେ ଏବଂ ଏକ ରେଟ୍ରୋ ବାଇକ ଘରକୁ ନେଇପାରିବେ ।



