www.samajalive.in
Friday, December 12, 2025
27.1 C
Bhubaneswar

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା, ପ୍ରଶ୍ନପତ୍ର ନେଇଥିବା ସ୍ବୀକାର କଲେ ଜିତନ ମହାରଣା ଓ ବିଜୟ ମିଶ୍ର

ଭୁବନେଶ୍ବର : ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଜିତନ ମହାରଣା ଓ ବିଜୟ ମିଶ୍ର ପେନଡ୍ରାଇଭରେ ପ୍ରଶ୍ନପତ୍ର ନେଇଥିବା ସ୍ବୀକାର କରିଛନ୍ତି । ଡ୍ରାଇଭର ଜରିଆରେ କଟକରୁ ନୟାଗଡ଼କୁ ପେନ୍‌ଡ୍ରାଇଭରେ ପ୍ରଶ୍ନପତ୍ର ନେଇଥିଲେ । ସେଠାରେ ବିଜୟ ମିଶ୍ରଙ୍କ ଭାଇକୁ ପେନ୍‌ଡ୍ରାଇଭ ସହ ହାର୍ଡକପି ଦିଆଯାଇଥିଲା । ପରେ ଏହା ରାୟଗଡ଼ା ଅମ୍ବାଦଳାକୁ ନେଇ ପ୍ରଶ୍ନପ୍ରତ୍ର ପ୍ରଘଟ ନେହା ପାଇଁ ହାତରେ ଲେଖାଯାଇଥିଲା । ବିଜୟ ମିଶ୍ରଙ୍କ ଡ୍ରାଇଭର ସହ ତାଙ୍କ ଭାଇକୁ ମଧ୍ୟ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

କହିରଖୁଛୁ ଜୁଲାଇ ୨୦ରେ ସ୍ୱତନ୍ତ୍ର ଓଟିଇଟି-୨୦୨୫ ଅନୁଷ୍ଠିତ ହୋଇଥାନ୍ତା । କିନ୍ତୁ ପରୀକ୍ଷାର ଠିକ ପୂର୍ବଦିନ ରାତିରେ ଅପ୍ରତ୍ୟାଶିତ ଭାବେ ବାତିଲ କରାଯାଇଥିଲା । ଆଉ ଏଭଳି କରିବାର କାରଣ ଥିଲା ପ୍ରଶ୍ନପତ୍ର ଲିକ୍ ହେବା। ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ପ୍ରଥମେ ବୋର୍ଡ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତେନ୍ ମହାରଣାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories