www.samajalive.in
Monday, December 8, 2025
24.1 C
Bhubaneswar

ଘିଅ ଭୃସଙ୍ଗପତ୍ର ମଟନ

ଆବଶ୍ୟକ ସାମଗ୍ରୀ
ମାଂସ – ୫୦୦ ଗ୍ରାମ
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଘିଅ – ୩ ଚାମଚ
କଞ୍ଚା ଲଙ୍କା – ୪ଟି
ଗୋଟା ଜିରା – ଅଳ୍ପ
ଗୋଲମରିଚ – ଅଳ୍ପ
ଶୁଖିଲା ଲଙ୍କା – ୫ ରୁ ୬
ଗୋଟା ଧନିଆ – ଆବଶ୍ୟକ ପରିମାଣରେ
କଟା ପିଆଜ – ୪ଟି
କଟା ଟମାଟୋ – ୨ଟି
ଡ଼ାଲଚିନି – ଅଳ୍ପ
ଗୁଜୁରାତି – ୨ଟି
ଭୃସଙ୍ଗ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଂସକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲୁଣ, ଅଦା ରସୁଣ ବଟା ପକାଇ ଗୋଳାଇ ଅଧ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଅଳ୍ପ ତେଲ ଗରମ କରି ଜିରା, ଗୋଲମରିଚ, ଧନିଆ, ଶୁଖିଲା ଲଙ୍କା ପକାଇ ଭାଜି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କୁକର ବସାଇ ଗୋଳାଇ ରଖିଥିବା ମଟନରେ ଘିଅ, କଞ୍ଚା ଲଙ୍କା ପାଣି ଦେଇ ୪ରୁ ୫ଟି ସିଟି ଦିଅନ୍ତୁ। ୪ରୁ ୫ଟି ସିଟି ହେବା ପରେ ଗ୍ୟାସରୁ ଓହ୍ଲାଇ ରଖନ୍ତୁ। ଏବେ ଗ୍ୟାସରେ ପୁଣି ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଡ଼ାଲଚିନି, ଗୁଜୁରାତି, ଭୃସଙ୍ଗପତ୍ର, କଟା ପିଆଜ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ରଖିଥିବା ମସଲା ପେଷ୍ଟ,ସାମାନ୍ୟ ହଳଦୀ, ଲୁଣ, କଟା ଟମାଟୋ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ସିଝାଇ ରଖିଥିବା ମଟନକୁ ପକାଇ ଅଳ୍ପ ପାଣି, ଧନିଆ ପତ୍ର ପକାଇ ୫ ରୁ ୭ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ଭୃସଙ୍ଗପତ୍ର ଶୁଖିଲାଲଙ୍କା ମଟନ। ଏହାକୁ ଗରମାଗରମା ଖାଆନ୍ତୁ ଓ ମଜା ନିଅନ୍ତୁ।

ଏହି ୫ ରାଶି ପାଇଁ ବଡ ଖୁସି ନେଇ ଆସୁଛି ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ମିଳିବ ଧନ ସହ ଚାକିରି..

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories