ନୂଆଦିଲ୍ଲୀ : ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ମିଳିଲାନି ସୁପ୍ରିମ ଆଶ୍ୱସ୍ତି । ସୁଶୀଲ କୁମାରଙ୍କୁ ନିଜର ଜୁନିୟର ସାଗର ଧନଖଡଙ୍କ ହତ୍ୟାର ଅଭିଯୋଗରେ ଦୀର୍ଘ ଦିନରୁ ସେ ଜେଲ୍ରେ ଥିଲେ । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିଲା । ଏବେ ସୁଶୀଲ କୁମାରଙ୍କୁ ସୁପ୍ରିମ୍ ଝଟକା ମିଳିଛି । ସର୍ବୋଚ୍ଚନ୍ୟାୟାଳୟ ଜୁନିୟର କୁସ୍ତିଯୋଦ୍ଧା ସାଗର ଧନଖଡଙ୍କ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ଜାମିନ୍କୁ ରଦ୍ଦ କରିଛନ୍ତି । ଏହାସହ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ଅଲିମ୍ପିଆନ୍ ସୁଶୀଲଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ସାଗରଙ୍କ ବାପା ଏହାକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଦାବି କରିଥିଲେ। ସାଗର ଧନଖଡଙ୍କୁ ମେ ୨୦୨୧ରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ପିଟି ପିଟି ହତ୍ୟା କରାଯାଇଥିଲା। ସାଗରଙ୍କ ବାପା ଅଶୋକ ଧନଖର ସୁଶୀଲ କୁମାରଙ୍କ ଜାମିନ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଦାବି କରିଥିଲେ।
ଏହି ୫ ରାଶି ପାଇଁ ବଡ ଖୁସି ନେଇ ଆସୁଛି ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ମିଳିବ ଧନ ସହ ଚାକିରି..



