କୁସ୍ତିରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

0

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁୁରୁଷ ୬୫ କେଜି ବର୍ଗ ଫ୍ରିଷ୍ଟାଇଲ୍‍ କୁସ୍ତିରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ଏହାକୁ ମିଶାଇ ଶୁକ୍ରବାର ଭାରତ ୩ଟି ସ୍ୱର୍ଣ୍ଣ ପଦକ ସହିତ ମୋଟ ୧୭ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୩ କାଂସ୍ୟ ପଦକ ସହିତ ତାଲିକାର ତୃତୀୟ ସ୍ଥାନ ବଜାୟ ରଖିଛି। ଆଜି ମହିଳା ୫୭ କେଜି ଫ୍ରିଷ୍ଟାଇଲ୍‍ କୁସ୍ତି ବର୍ଗରେ ପୂଜା ଧଣ୍ଡା ରୌପ୍ୟ ପଦକ ଓ ୬୮ କେଜି ବର୍ଗରେ ଦିବ୍ୟା କକ୍ରନ୍‍ କାଂସ୍ୟ ପଦକ ଜିତିଛନ୍ତି। ୫୬ କେଜି ପୁରୁଷ କୁସ୍ତି ବର୍ଗରେ ହୁସାମୁଦ୍ଦିନ ମହମ୍ମଦ କାଂସ୍ୟ ପଦକ ଜିତିଥିବା ବେଳେ ଟେବୁଲ୍‍ ଟେନିସ୍‍ରେ ସୁତିର୍ଥ ମୁଖାର୍ଜୀ ଓ ପୂଜା ସହସ୍ରବୁଦେ୍ଧ କାଂସ୍ୟ ପଦକ ଜିତିଛନ୍ତି।

Leave A Reply