www.samajalive.in
Sunday, December 14, 2025
26.1 C
Bhubaneswar

ବଢୁଛି ଜଳାନ୍ତକ ରୋଗ, ସର୍ବସାଧାରଣ ସ୍ଥାନରୁ ହଟିବେ ବୁଲା କୁକୁର

ସମାଜ ବ୍ୟୁରୋ : ବୁଲା କୁକୁରଙ୍କ ସଂଖ୍ୟା ବଢ଼ୁଥିବାରୁ ସାଧାରଣ ଲୋକ ନିୟମିତ ବିଭିନ୍ନ ପ୍ରକାରର ସମସ୍ୟାରେ ପଡ଼ୁଛନ୍ତି। କୁକୁର କାମୁଡ଼ା ଯୋଗୁ ଜଳାନ୍ତକ ରୋଗ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀ-ଏନସିଆରର ସମସ୍ତ ବୁଲା କୁକୁରଙ୍କୁ ୮ ସପ୍ତାହ ମଧ୍ୟରେ ଡଗ୍ ସେଲଟରକୁ ପଠାଯାଉ ।

- Advertisement -

ବୁଲା କୁକୁରମାନଙ୍କୁ ସର୍ବସାଧାରଣ ସ୍ଥାନରୁ ହଟାଯିବ । ତେବେ ରାଜଧାନୀ ଦିଲ୍ଲୀରେ ବୁଲା କୁକୁରଙ୍କୁ ରଖିବା ପାଇଁ ଏପରି କୌଣସି ସ୍ଥାନ ଉପଲବ୍ଧ ନାହିଁ । ଏଥିପାଇଁ ବୁଲା କୁକୁରଙ୍କୁ ତୁରନ୍ତ ଧରି ସେମାନଙ୍କ ବନ୍ଧ୍ୟାକରଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କଡ଼ା ଭାଷାରେ କହିଛନ୍ତି ଯେ ଆମେ କୌଣସି ବି ପରିସ୍ଥିତିରେ ଶିଶୁ ଏବଂ ଛୋଟ ପିଲାମାନଙ୍କୁ ବୁଲା କୁକୁରଙ୍କ ଶିକାର ହେବାକୁ ଦେବାକୁ ଚାହୁନାହୁଁ । ତେଣୁ ବୁଲା କୁକୁରମାନଙ୍କୁ ଧରି ସ୍ଥାୟୀ ଭାବେ ଆଶ୍ରୟସ୍ଥଳରେ ରଖିବାକୁ ଆଜି ଦିଲ୍ଲୀ ଓ ଏନସିଆରର ପୌରପାଳିକା ଅଧିକାରୀମାନଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। କଡ଼ା ଆଭିମୁଖ୍ୟ ପୋଷଣ କରି ନିର୍ଦ୍ଦେଶରେ କୌଣସି ବୁଝାମଣା ନ କରି ତୁରନ୍ତ ଲାଗୁ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories