www.samajalive.in
Monday, December 8, 2025
13.1 C
Bhubaneswar

କଳାହାଣ୍ଡି ଗସ୍ତ କରି ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା:  ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ରବିବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସର୍କିଟ ହାଉସ ଛକରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ସହରର ଜେଲଖାନା ଛକ, ଘୋଡ଼ାଘାଟ ଛକ, ଦୟାନିଧି ଛକ, ଷ୍ଟେଚ୍ୟୁ ଛକ, ନଗରପାଳିକା ଛକ, ଡାକ୍ତରଖାନା ଛକ ଦେଇ ସର୍କିଟ ହାଉସରେ ପହଞ୍ଚିଥିଲେ। ଏଥିରେ ଜିଲା ର ବିଭିନ୍ନ ଅଂଚଳରୁ ଆସିଥିବା ହଜାର ହଜାର କର୍ମୀ ସାମିଲ ହେଇଥିଲେ।

ଏହାପରେ ସହର ଉପକଣ୍ଠ ଅଟାଙ୍ଗଗୁଡ଼ା ଅଙ୍ଗନବାଡ଼ି ସେଣ୍ଟର୍ ପରିଦର୍ଶନ କରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। କିଛି ଲକ୍ଷପତି ଦିଦିଙ୍କ ସହିତ ମଧ୍ୟାହ୍ନ ଭୋଜନ କରି ନୂଆପଡ଼ା ଅଭିମୁଖେ ଯାତ୍ରା କରିଥିଲେ। ଏସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ, ଜିଲା ସଭାପତି ଯୁଗଳ କିଶୋର ପୋଡ଼, ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି, ଅର୍ତ୍ରତ୍ରାଣ ମହାପାତ୍ର ପ୍ରମୁଖ ଅନେକ ନେତା ସାମିଲ ହେଇଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଜି ନବରଙ୍ଗପୁର ରୁ ଭବାନୀପାଟଣା ଆସିବା ବେଳେ ଜିଲା ର ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories