www.samajalive.in
Saturday, December 13, 2025
26.1 C
Bhubaneswar

ଟ୍ରକ ଓ କାର ଧକ୍କାରେ ୮ ଗୋରୁ ମୃତ

ଗଞ୍ଜାମ: ୧୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀପୁର ଓଭର ବ୍ରିଜି ଉପରେ ଦୁଇଟି ଗାଡି ଧକ୍କାରେ ୮ ଗୋରୁ ପ୍ରାଣ ହରାଇଛନ୍ତି। ରାତିରେ ଗୋରୁ ରାଜପଥ ଉପରେ ଶୋଇଥିବା ବେଳେ ସେମାନଙ୍କ ଉପରେ ଏକ ଟ୍ରକ ଓ କାର ଚଢ଼ିଯାଇଥିଲା। ଏଥିରେ ଅନ୍ୟ କେତେକ ଗୋରୁ ଆହତ ହୋଇଛନ୍ତି।

ଖବର ପାଇ ଗଞ୍ଜାମ ସହରର ଯୁବ ସ୍ବେଚ୍ଛୋସେବୀ ସୁଧୀର ପାଢ଼ୀ, ମନୋଜ ପ୍ରଧାନ, କେ. ଏଲେୟା, ଧରଣୀ ସାହୁ, ପ୍ରତୀକ କୁମାର ରାଉଳ, ଆକାଶ ଗୌଡ଼, ବିଶ୍ୱ ନାଥ ମହାକୁଡ଼, ଜିତୁ ସାହୁ ଦୁର୍ଘଟଣା ସ୍ଥଳରେ ପହଂଚି ଗୋରୁଙ୍କ ମୃତଦେହ ଉଦ୍ଧାର କରି ଜେସିବି ସାହାର୍ଯ୍ୟରେ ଗାତ ଖୋଳି ପୋତିଥିଲେ।

- Advertisement -

ସୂଚନା ଅନୁସାରେ, ଗୋପାଳକମାନେ ଗୋରୁଙ୍କୁ ଫିଟାଇ ଦେଉଛନ୍ତି। ଯାହାଫଳରେ ସେମାନେ ଜାତୀୟ ରାଜପଥ ଉପରେ ଶୋଇ ରହୁଛନ୍ତି। ଏଥିପାଇଁ ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ହେଉଛି। ଗୋରୁ ପାଳନ କରୁଥିବା ମାଲିକମାନଙ୍କ ଦାୟିତ୍ୱହୀନତା ଯୋଗୁଁ ପ୍ରତେକ ଦିନ ସଡ଼କ ଦୁର୍ଘଟଣାରେ ଗୋରୁଙ୍କ ମୃତ୍ୟୁ ଘଟିଛି। ଏହାକୁ ନେି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories