www.samajalive.in
Saturday, December 13, 2025
26.1 C
Bhubaneswar

ପୋଖରୀରେ ବୁଡ଼ି ଜଣେ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗଣ୍ଡାକାଠି ଗ୍ରାମରେ ପୋଖରୀରେ ବୁଡିଯାଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମନୋହର ବେହେରା (୫୩) । ସୂଚନା ଅନୁଯାୟୀ, ମନୋହର ଗାଧୋଇବା ପାଇଁ ଗାଁ ନିକଟ ପୋଖରୀକୁ ଯାଇଥିଲେ । ଗାଧୋଇବା ବେଳେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ।

ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନଙ୍କ ସହଯୋଗରେ ଫୁଲବାଣୀ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ଏଏସଆଇ ପୂର୍ଣ୍ଣବାସୀ ରାଉତ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories