www.samajalive.in
Saturday, December 13, 2025
26.1 C
Bhubaneswar

୧୧ରୁ ସମୂହ ଛୁଟିରେ ଯିଵେ ରାଜସ୍ଵ ଅମଲା

ଆଠଗଡ: ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅବହେଳା ପ୍ରତିବାଦରେ ରାଜସ୍ବ ଅମଲା ସଂଘ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ରାଜସ୍ଵ ଅମଲା ସଂଘର ନିଷ୍ପତ୍ତି ଅନୁଯାୟୀ ପଦବୀ ପୁନର୍ଗଠନ ଆଦି ଦଶ ଦଫା ଦାବି ନେଇ ଚଳିତମାସ ୧୧ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜସ୍ବ ଅମଲାମାନେ ସାମୂହିକ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସଂଘର ଆଠଗଡ ଉପଖଣ୍ଡ ଶାଖା ପକ୍ଷରୁ ସଭାପତି ଅନୁଜ କୁମାର ବେହେରାଙ୍କ ନେତୃତ୍ବରେ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଗୁରୁବାର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସଂଘ ଅଭିଯୋଗ କରିଛି ଯେ, ପତ୍ର ସଂଖ୍ୟା ୫୪, ତା୨୩/୦୬/୨୫ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ଵିଭାଗକୁ ୧୦ ଦଫା ଦାଵି ନେଇ ପତ୍ର ପ୍ରଦାନ କରାଯାଇଥିଲା। ଏହାର ନକଲ ମୁଖ୍ୟମନ୍ତ୍ରୀ, ରାଜସ୍ଵ ମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ମାତ୍ର ସରକାର ଏଥିପ୍ରତି ବୈମାତୃକ ଓ ଉଦାସୀନ ମନୋଭାବ ପୋଷଣ କରିଥଵାରୁ ସଂଘ ଏହିଭଳି ଚରମ ନିଷ୍ପତ୍ତି ନେଇଛି । ଆଗାମୀ ଦିନରେ ଯାହା କିଛି ଅସୁବିଧା ବା ସମସ୍ୟା ଉପୁଜବ ସେଥିପାଇଁ ସରକାର ଦାୟୀ ରହିଵେ ଵୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories