ପିପିଲି : ସରକାରଙ୍କ ପକ୍ଷରୁ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ୟୁନିଫାଏଡ ଅଟୋମେସନ ସିଷ୍ଟମ ( ୟୁଏସ) ପ୍ରଚଳନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହାକୁ ପ୍ରତ୍ୟାହାର ପାଇଁ ପିପିଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପିପିଲି ବିଇଓ ପୀତବାସ ସେଠୀଙ୍କୁ ଶୁକ୍ରବାର ପ୍ରଦାନ କରାଯାଇଛି। ଶିକ୍ଷକ ମାନଙ୍କୁ ମୋବାଇଲ ଫୋନ୍ ଏବଂ ଏଥି ସହିତ ଆବଶ୍ୟକୀୟ ଡାଟା ପ୍ୟାକ୍ ଯୋଗାଇ ଦିଆନଯାଇ ଶିକ୍ଷକ ମାନଙ୍କ ବ୍ୟକ୍ତିଗତ ମୋବାଇଲକୁ ଉକ୍ତ କାର୍ଯ୍ୟରେ ବ୍ୟବହାର କରାଯିବାକୁ ଶିକ୍ଷକ ମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ତେଣୁ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତି ଯଥା- ଆବଶ୍ୟକୀୟ କିରାଣୀ ନିଯୁକ୍ତି ସହ ଏହି କାର୍ଯ୍ଯ ସଂପାଦନ ପାଇଁ ମୋବାଇଲ ଡାଟା ଦେୟର କୌଣସି ବ୍ୟବସ୍ଥା ନାହଁ। ଉକ୍ତ ବ୍ୟବସ୍ଥା ପ୍ରଚଳିତ ହେଲେ ଶ୍ରେଣୀ ଶିକ୍ଷକ ଓ ପ୍ରଧାନଶିକ୍ଷକମାନେ ଦିନ ତମାମ ଉକ୍ତ କାର୍ଯ୍ୟରେ ନିୟୋଜନ ରହିବେ। ଫଳରେ ବିଦ୍ୟାଳୟର ଶିକ୍ଷାଦାନ କାର୍ଯ୍ୟ ନିଶ୍ଚିତ ବାଧାପ୍ରାପ୍ତ ହେବ। ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଂପାଦକ ଲକ୍ଷ୍ମୀଧର ସାହୁ, ସଭାପତି ଜୟ ପ୍ରକାଶ ପ୍ରଧାନ, ରାଜ୍ୟ ସଂଘ ମହାସଚିବ ବିକ୍ରମ ରଥ, ସୁକାନ୍ତ ନାୟକ, କୃଷ୍ଣଚନ୍ଦ୍ର ସାହୁ, ଗୋପାଳ ମଲ୍ଲିକ, ଜିତେନ୍ଦ୍ର କୁମାର ନାୟକ, ଚିନ୍ତାମଣି ଓଝା, ବିଛନ୍ଦ ମହାପାତ୍ର, ଗଗନ ପାଣିଗ୍ରାହୀ, ନିରଞ୍ଜନ ବଢ଼େଇ, ଅଶୋକ ପରିଡା, ନୁଜାମୁଲ ହୁଦା, ସରୋଜ ସାହୁ, ହରିଶ୍ଚନ୍ଦ୍ର ପତି, ଶକ୍ତି ପ୍ରସନ୍ନ ମହାନ୍ତି, ଗୌରାଙ୍ଗ ସାହୁ, ଶ୍ରୀଧର ସାହୁ, ନଗେନ ସେଠୀ, ଦିଲ୍ଲିପ ରଥ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ।
ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୟୁନିଫାଏଡ ଅଟୋମେସନ ସିଷ୍ଟମ ପ୍ରତ୍ୟାହାର ପାଇଁ ଦାବି ପତ୍ର
Popular Categories



