www.samajalive.in
Monday, December 8, 2025
24.1 C
Bhubaneswar

ସପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମାଧୁରୀ ଦୀକ୍ଷିତ ହେଲେ ଓଡିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରାଜଧାନୀ ଭୁବନେଶ୍ଵରସ୍ଥିତ ଜନତା ମୈଦାନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ୍‌ତାର ଶୁଭାରମ୍ଭ କରିଛନ୍ତି ମାଧୁରୀ। ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ହସ୍ତତନ୍ତର ପ୍ରଚାର ପ୍ରସାର କରିବେ। ଆସନ୍ତା ବର୍ଷେ ପର୍ଯ୍ୟନ୍ତ ସେ ବ୍ରାଣ୍ଡ ଆମ୍ବାସଡର୍‌ ଦାୟିତ୍ଵ ତୁଲାଇବେ । ତେବେ ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। କହିଛନ୍ତି ସପ୍ତାହର ଗୋଟିଏ ଦିନ ଓଡିଶାର ହସ୍ତତନ୍ତ ପରିଧାନ କରିବା। ଅଧିକରୁ ଅଧିକ ସ୍ଵଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁ। ଓଡିଶାର ୬ଟି ସ୍ଥାନରେ ଟେକ୍ସଟାଇଲ୍ ପାର୍କ ହେବ। ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ , ଏହା ଆମର ଗର୍ବ। ୩୦ ଟି ଜିଲ୍ଲାରେ ୩୦ ହଜାର ବୁଣାକାର ଶ୍ରମିକ ସହାୟକ ନିଯୁକ୍ତ ହୋଇଛନ୍ତି। ବୁଣାକାରଙ୍କ ସାମାଜିକ , ଆର୍ଥିକ ବିକାଶ ପାଇଁ ଆମେ ଚେଷ୍ଟା କରୁଛୁ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରମୂଖ ଉପସ୍ଥିତ ଥିଲେ। ଏହି ମେଳା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ବାହାର ରାଜ୍ୟରୁ ବହୁ ବୁଣାକାରମାନେ ଆସି ଏହି ମେଳାରେ ଷ୍ଟଲ ଖୋଲିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories