www.samajalive.in
Saturday, December 13, 2025
26.1 C
Bhubaneswar

ଉତ୍ତରକାଶୀରେ ବାଦଲଫଟା ବର୍ଷା; କେରଳର ୨୮ ପର୍ଯ୍ୟଟକ ନିଖୋଜ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟରେ କେରଳର ୨୮ଜଣ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ସମ୍ପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେରଳର ୨୮ ଜଣ ପର୍ଯ୍ୟଟକ ଗଙ୍ଗୋତ୍ରୀ ଧାମକୁ ବାହାରିଥିଲେ ଏବଂ ରାସ୍ତାରେ ଧରାଲି ଗାଁରେ ରହିଥିଲେ। ସେମାନେ ସକାଳେ ଗଙ୍ଗୋତ୍ରୀ ଯିବାର ଥିଲା, କିନ୍ତୁ ଏବେ ସେମାନଙ୍କର କୌଣସି ସନ୍ଧାନ ନାହିଁ।
ନିଖୋଜ ପର୍ଯ୍ୟଟକଙ୍କ ସମ୍ପର୍କୀୟ କହିଛନ୍ତି, ଗୋଟିଏ ଦିନ ପୂର୍ବରୁ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ ଏବଂ ସେମାନେ ଗଙ୍ଗୋତ୍ରୀ ଯାଉଛନ୍ତି। ଜାଣିବାକୁ ମିଳିଛି ଯେ ସେମାନେ ଯେଉଁ ରାସ୍ତାରେ ଯାଉଥିଲେ ସେଠାରେ ଭୂସ୍ଖଳନ ହୋଇଛି। ବର୍ତ୍ତମାନସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିପାରୁନାହାଁନ୍ତି। ସମସ୍ତ ପର୍ଯ୍ୟଟକଙ୍କୁ ଖୋଜିବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କୁ ନିବେଦନ କରାଯାଇଛି।

ଉତ୍ତରକାଶୀରେ ବାଦଲଫଟା ବର୍ଷା ; ସାଂସଦଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories