www.samajalive.in
Saturday, December 13, 2025
21.1 C
Bhubaneswar

ବକ୍ସ ଅଫିସରେ ‘ଟୋଟାଲ ଧମାଲ’ର କମାଲ୍‍

ମୁମ୍ବଇ : ଏକାଧିକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ ମୁକ୍ତିଲାଭର ପ୍ରଥମ ଦିନରୁ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରିଛି। ପ୍ରଥମ ଦିନରେ ଚଳଚ୍ଚିତ୍ର ୧୬.୫୦ କୋଟି ଟଙ୍କା ଆୟ କରିଛି। ସେହିପରି ଦ୍ୱିତୀୟ ଦିନ ମଧ୍ୟ ଚଳଚ୍ଚିତ୍ର ଆଶାନୁଯାୟୀ ବ୍ୟବସାୟ କରିଛି। ସୂଚନା ଅନୁଯାୟୀ, ଚଳଚ୍ଚିତ୍ର ମୁକ୍ତିଲାଭର ଦ୍ୱିତୀୟ ଦିନ ଅର୍ଥାତ୍‍ ଶନିବାର ୨୦.୯୦ କୋଟି ଟଙ୍କା ଆୟ କରିଛି। ଏହିପରି ଭାବେ ଚଳଚ୍ଚିତ୍ର ଦୁଇ ଦିନରେ ମୋଟ୍‍ ୩୬.୯୦ କୋଟି ଟଙ୍କାର ବ୍ୟବସାୟ କରିଛି। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୧୦୦ କୋଟି ରହିଛି। ଯଦି ଚଳଚ୍ଚିତ୍ର ଏହିପରି ପ୍ରଦର୍ଶନ ଜାରି ରଖେ ତେବେ ଖୁବଶୀଘ୍ର ୫୦ କୋଟି ଛୁଇଁବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ‘ଟୋଟାଲ ଧମାଲ’ ‘ଧମାଲ’ ସିରିଜ୍‍ ର ତୃତୀୟ ଚଳଚ୍ଚିତ୍ର। ଏହି ହାସ୍ୟରସାତ୍ମକ ଭିତ୍ତିକ ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ୍, ଅନିଲ କପୁର, ଅଜୟ ଦେବଗନ୍, ଜାଭେଦ୍ ଜାଫରୀ, ଅରଶଦ ୱାରସୀ, ରିତେଶ ଦେଶମୁଖ ଓ ଜନୀ ଲିଭର୍ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories