www.samajalive.in
Monday, December 8, 2025
14.1 C
Bhubaneswar

“ଗଙ୍ଗାଧର ସାରସ୍ଵତ ସମ୍ମାନ”ପାଇବେ ପ୍ରଫେସର କୁମୁଦ ରଂଜନ ପାଣିଗ୍ରାହୀ, ପ୍ରଫେସର ଅଶୋକ କୁମାର ଦାଶ ଓ ଡକ୍ଟର କୁଳମଣି ବେହେରା

ବୁର୍ଲା: ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ କବି ତୀର୍ଥ ବରପାଲିରେ ଆଗାମୀ ଅଗଷ୍ଟ ୦୯ ତାରିଖ ଦିନ କବିଙ୍କ ୧୬୪ତମ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ପ୍ରତିଷ୍ଠିତ ତିନିଜଣ ସାରସ୍ଵତ ସାଧକ ପ୍ରଫେସର କୁମୁଦ ରଂଜନ ପାଣିଗ୍ରାହୀ, ପ୍ରଫେସର ଅଶୋକ କୁମାର ଦାଶ ଓ ଡକ୍ଟର କୁଳମଣି ବେହେରାଙ୍କୁ ଏ ବର୍ଷ “ଗଙ୍ଗାଧର ସାରସ୍ଵତ ସମ୍ମାନ” ପ୍ରଦାନ କରାଯିବା ପାଇଁ ଗଙ୍ଗାଧର ସାହିତ୍ୟ ପରିଷଦର ଏକ ସ୍ବତନ୍ତ୍ର ଅଧିବେଶନରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡକ୍ଟର ଶୁକମୁନି ମେହେର ଜଣାଇଛନ୍ତି। ପ୍ରଫେସର ଶ୍ରୀ ପାଣିଗ୍ରାହୀ ଓ ପ୍ରଫେସର ଡକ୍ଟର ଦାଶ ଦୀର୍ଘ ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଶିକ୍ଷାଦାନ କରି ହଜାର ହଜାର ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢିବା ସହ ସାରସ୍ଵତ ସାଧନାରେ ବ୍ରତୀ। ଲୋକ ଧାରା, ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି, ଓଡ଼ିଆ କବିତାରେ ମିଥ୍ ର ପୁନର୍ଗଠନ, ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟର ସ୍ବରୂପ “ଓ “ଅମୃତ ମୟ ଗଙ୍ଗାଧର “ଶ୍ରୀ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ କୃତି ଭାବେ ପରିଗଣିତ ହେଉଥିବାବେଳେ “କହି ତ ନୁହ ଇ ଭାରତୀରେ” “ସାହିତ୍ୟ କୋଷ “ଓ “କଥିତ ଓଡ଼ିଆ ଶବ୍ଦ କୋଷ “ଓ “ମଧୁମୟ ଗଙ୍ଗାଧର “ରଚନା କରି ଡକ୍ଟର ଅଶୋକ କୁମାର ଦାଶ ଯଶସ୍ୱୀ ହୋଇଛନ୍ତି। ସେହିପରି”ରୋମାଣ୍ଟିକ ଯୁଗୀୟ ଚେତନାର ଆଲୋକରେ ସ୍ବଭାବ କବି ଗଙ୍ଗାଧର ମେହେର” ଉପରେ ନିବନ୍ଧ ଲେଖି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି ଶ୍ରୀ କୁଳମଣି ବେହେରା। ବହୁ ସାହିତ୍ୟ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ଓ ପ୍ରଶଂସିତ।

୯୫ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି କିଣିବେ ଘର,ଗାଡି, ହେବେ ହଠାତ୍‌ ଧନୀ, ଦୂର ହେବ ବିବାହ ସମସ୍ୟା..

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories