www.samajalive.in
Monday, December 8, 2025
13.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ ; ବାପା ଫୋନ୍‌ ଦେଖିବା ବେଳେ ଶିଶୁ ଉପରେ ମାଡିଗଲା କାର୍‌..

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ଖୁବ୍‌ ଭୟଭୀତ କରିବା ସହ ସଭିଁଙ୍କ ହୃଦୟକୁ ଗଭୀର ଦୁଃଖ ପ୍ରଦାନ କରେ । ଅସାବଧାନତା କାରଣରୁ ଦୁର୍ଘଟଣା ଘଟୁଥିବାର ଅନେକ ଭିଡିଓ ତ ନିଶ୍ଚୟ ଦେଖିଥିବେ । ନିକଟରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଥିବା ଛାତିଥରା ଏକ ଭିଡିଓ ଦେଖି ଲୋକେ ଭୟଭୀତ ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

- Advertisement -

ଭିଡିଓରେ ଦେଖିପାରିବେ, ଏକ ସର୍ବସାଧାରଣ ପାର୍କିଂ ଭଳି ଦେଖାଯାଉଥିବା ସ୍ଥାନରେ କିଛି କାର୍‌ ରହିଛି । ଏକ କାର୍‌ ନିକଟରେ ଜଣେ ବ୍ୟକ୍ତି ଠିଆ ହୋଇଛନ୍ତି ଓ ମୋବାଇଲ୍‌ ଦେଖୁଛନ୍ତି । ତାଙ୍କ ନିକଟରେ ଏକ ଶିଶୁ ମଧ୍ୟ ରହିଛି । ବ୍ୟକ୍ତି ଜଣକ ଶିଶୁଟିର ବାପା ବୋଲି ଜଣାପଡିଛି । ସେ ଫୋନ୍‌ରେ ବ୍ୟସ୍ତ ଥିବା ବେଳେ ଶିଶୁଟି ହଠାତ୍‌ ରାସ୍ତା ଆଡକୁ ଦୌଡି ପଳାଉଛି, ମାତ୍ର ସେହି ସମୟରେ ଏକ କାର୍‌ ଆସି ଶିଶୁଟିକୁ ଧକ୍କା ଦେଉଛି । କାର୍‌ଟି ଶିଶୁ ଉପରେ ଚଢି ଯିବା ଭଳି ଜଣାପଡୁଛି । କାର୍‌ ଚାଳକ ତୁରନ୍ତ କାରକ୍‌କୁ ଅଟକାଉଛନ୍ତି । ମାତ୍ର ଶିଶୁଟି ଗୁରୁତର ହୋଇଥିବା ଭଳି ଭିଡିଓ ଦେଖିଲେ ଅନୁଭବ ହେଉଛି । ଶିଶୁଟିର ବାପା ଖୁବ୍‌ ଜୋର୍‌ରେ ଚିତ୍କାର କରିବା ସହ ସେଠାରେ ଲୋକେ ଏକାଠି ମଧ୍ୟ ହେଉଛନ୍ତି । କିଛି କାର୍‌ ଚାଳକଙ୍କୁ ମାଡ ମାରୁଥିବା ମଧ୍ୟ ଦେଖାଯାଉଛି । ଭିଡିଓଟି କେଉଁ ସ୍ଥାନର ତାହାର କୌଣସି ସ୍ପଷ୍ଟତା ମିଳି ନାହିଁ । ମାତ୍ର ଅଧିକାଂଶ ଭିଡିଓ ଦେଖି ପ୍ରଶ୍ନ କରିଛନ୍ତି ଭୁଲ୍‌ କାହାର?

୯୫ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି କିଣିବେ ଘର,ଗାଡି, ହେବେ ହଠାତ୍‌ ଧନୀ, ଦୂର ହେବ ବିବାହ ସମସ୍ୟା..

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories