www.samajalive.in
Wednesday, December 10, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ବାଘ ପାଟିରୁ ନିଜ ଛୁଆ ବାଛୁରୀକୁ କେମିତି ରକ୍ଷା କଲା ଗାଈ..

ନୂଆଦିଲ୍ଲୀ : ଅନେକ ସମୟରେ ଜୀବଜନ୍ତୁ ଓ ଜଙ୍ଗଲରେ ହିଂସ୍ରଜନ୍ତୁଙ୍କ ଆକ୍ରମଣର ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । କିଛି ଭୟଭୀତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ବିଶେଷ କରି କିଛି ଜୀବଜନ୍ତୁ ବଡ ବଡ ଶିକାରୀଙ୍କ କିପରି ଶିକାର ହୋଇଥାନ୍ତି, ନିଜ ଜୀବନକୁ ରକ୍ଷା କରି ପାରନ୍ତି ନାହିଁ, ପୁଣି କେତେବେଳେ ଦୀର୍ଘ ସମୟ ଚେଷ୍ଟା କରି ନିଜ ଜୀବନକୁ ରକ୍ଷା କରି ଖସି ପଳାନ୍ତି । ଅନେକ ସମୟରେ ଏଭଳି ମଧ୍ୟ ଦେଖାଯାଏ ପଶୁ ହେଲେ ମଧ୍ୟ ମାଆ ସବୁବେଳେ ମାଆ । ନିଜ ଛୁଆର ଜୀବନ ରକ୍ଷା କରିବାକୁ ସେ ବାଘ ଠାରୁ ଆରମ୍ଭ କରି ସିଂହ ସହ ମଧ୍ୟ ଲଢେଇ କରିବାକୁ ପ୍ରସ୍ତୁତ ହୋଇଯାଏ । ନିକଟରେ ଭାଇରାଲ୍‌ ହେଉଥିବା ବାଘ ଓ ବାଛୁରୀର ଏକ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଭିଡିଓଟି ରାଜସ୍ଥାନର ବୋଲି କୁହାଯାଇଛି । ଭିଡିଓରେ ଦେଖି ପାରିବେ ଏକ କଲରାପତରିଆ ବାଘ କିଭଳି ହଠାତ୍‌ ଏକ ବାଛୁରୀ ଉପରେ ଆକ୍ରମଣ କରୁଛି । ମାତ୍ର ସେହି ସମୟରେ ଏପରି କିଛି ଘଟିଛି, ଯାହା ବିଶ୍ୱାସ କରିବା ସହଜ ନୁହେଁ ।


ଘଟଣାକ୍ରମେ, ରାଜସ୍ଥାନର ସଫାରୀରେ ଯାଇଥିବା କିଛି ପର୍ଯ୍ୟଟକ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଏହି ଦୃଶ୍ୟକୁ ରେକର୍ଡ କରିଛନ୍ତି । ଜଙ୍ଗଲରେ ରାସ୍ତାରେ ଏକ ବାଛୁରୀ ଉପରକୁ ହଠାତ୍‌ ଏକ ବାଘ ଆସି ଆକ୍ରମଣ କରୁଛି । ବାଘଟି ବାଛୁରୀର ବେକକୁ ପାଟିରେ କାମୁଡି ଧରୁଛି । ସେହି ସମୟରେ ଆଗରେ ଥିବା ଗାଈ ତୁରନ୍ତ ନିଜ ଛୁଆ ନିକଟକୁ ଦୌଡି ଯାଇ ତା’ର ଜୀବନ ରକ୍ଷା କରୁଛି । ବାଘଟି ସେହି ସମୟରେ ବାଛୁରୀକୁ ଛାଡି ସେଠାରୁ ପଳାଉଛି । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ବେଶ ପସନ୍ଦ କରୁଛନ୍ତି ।

ଆଉ ଅଳ୍ପ ଦିନ.. ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିଙ୍କୁ ମିଳିବ ବଡ ଲାଭ, ହେବ ବିବାହ, ଚମକିବ ଭାଗ୍ୟ..

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories