www.samajalive.in
Friday, December 5, 2025
27.1 C
Bhubaneswar

୩ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ନାମଲେଖା: ଆଜିଠୁ ଅନଲାଇନ ଆବେଦନ

ଭୁବନେଶ୍ବର: ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆଜିଠୁ ଅନଲାଇନ ଆବେଦନ ଆରମ୍ଭ ହେବ। ଦିନ ୧୧ଟାରୁ ସାମ୍ସ ୱେବ୍‌ସାଇଟ୍‌ରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ। ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ଆବେଦନ ସମୟରେ ତ୍ରୁଟି ଥିଲେ ୧୮ ତାରିଖରେ ସଂଶୋଧନ ପାଇଁ ସୁଯୋଗ ଦିଆଯିବ। ପ୍ରଥମ ରାଉଣ୍ଡ ନାମଲେଖା ପାଇଁ ୨୨ରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ୨୩ରୁ ୨୬ ତାରିଖ ମଧ୍ୟରେ ନାମ ଲେଖାଇବେ। ସେପ୍ଟେମ୍ବର ୧ରେ ଦ୍ବିତୀୟ ରାଉଣ୍ଡ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ସେପ୍ଟେମ୍ବର ୨ରୁ ୪ ମଧ୍ୟରେ ନାମ ଲେଖାଇବେ। ସେପ୍ଟେମ୍ବର ୮ ତାରିଖରେ ତୃତୀୟ ରାଉଣ୍ଡ (ୱେଟିଂ ଲିଷ୍ଟ/ସ୍ପଟ୍) ନାମଲେଖା ପାଇଁ ମେଧା ଅନୁଯାୟୀ ୱେଟିଂ ରାଙ୍କ ତାଲିକା ପ୍ରକାଶ ପାଇବ। ୯ ତାରିଖରେ ନାମଲେଖା ପାଇଁ ଯୋଗ୍ୟ ଆବେଦନକାରୀଙ୍କ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଆବେଦନକାରୀ ସେପ୍ଟେମ୍ବର ୧୦ରୁ ୧୧ ତାରିଖ ମଧ୍ୟରେ ନାମ ଲେଖାଇବେ। ସେ‌େ‌ପ୍ଟମ୍ବର ୮ ତାରିଖରୁ ପାଠପଢ଼ା ଆରମ୍ଭ ହେବ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories