www.samajalive.in
Friday, December 5, 2025
23.1 C
Bhubaneswar

ସୋମବାର ରାଶିଫଳ: ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ,ଋଣ ପରିଶୋଧ କରିବେ

ମେଷ: ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି କୃଷି କର୍ମରେ ତତ୍ପର ହେବେ। ଗୃହ ପରିବେଶ ଉତ୍ତମମାନର ରଖିପାରନ୍ତି। କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଅତ୍ରାହିଭଞ୍ଜନ ପ୍ରଭୁ ଗତି, ମୁକ୍ତିଦାତାଙ୍କ ଶରଣାପନ୍ନ ହେବେ।

ବୃଷ: ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ଦୀନଜନମାନଙ୍କର ନିୟନ୍ତା ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହୋଇ ଆର୍ଥିକ ମାନଦଣ୍ଡକୁ ଉନ୍ନତ କରିବ। ଦେବ ଦର୍ଶନରେ ସୌଭାଗ୍ୟ ଅଛି। କୃତ୍ତିକା ଓ ମୃଗଶିରାରେ ସାମାନ୍ୟ ଶୁଭ।

- Advertisement -

ମିଥୁନ: ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ କରିବେ। କୀର୍ତ୍ତିମାନ୍‌ ଓ ଦୂରଦର୍ଶୀ ହେବେ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।

କର୍କଟ: ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଉତ୍ତମମାନର ହେବ। ଚିନ୍ତାଧାରା ସୁଦୂର ପ୍ରସାରୀ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଅଶ୍ଲେଷା ଓ ପୁନର୍ବସୁର ସାମାନ୍ୟ ଶୁଭଫଳ।

ସିଂହ: ମଘା ଓ ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ଧର୍ମ ଧ୍ବଜାଧାରୀ ହେବେ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ପରାକ୍ରମୀ ହେବେ।

କନ୍ୟା: ହସ୍ତା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଆଶା ଫଳବତୀ ହେବ। ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ସରକାରୀ ଧନ ପ୍ରାପ୍ତ ହେବେ। ଉତ୍ତରା ଫାଲ୍‌ଗୁନୀ ଉଦ୍ୟମୀ ହେଉଥିବାବେଳେ ଚିତ୍ରା ନକ୍ଷତ୍ର ସତର୍କରେ ଚଳିବେ।

ତୁଳା: ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତି ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଆର୍ଥିକ ସ୍ଥିତି ଉନ୍ନତମାନର ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସତର୍କ ରହିବେ।

ବିଛା: ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। କ୍ଷମତାର ସଦ୍‌ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ।

ଧନୁ: ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି କଷ୍ଟ ସହିଲେ ମଧ୍ୟ ଇଷ୍ଟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଅନଟନର ସମ୍ମୁଖୀନ ହେବେ ନାହିଁ। ବିପଦର ମୁକାବିଲା କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ରଜାତ ସତର୍କରେ ଚଳିବେ।

ମକର: ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରି ପ୍ରଶଂସାର ପାତ୍ର ହେବେ। ସେବା ମନୋଭାବର ହୋଇପାରନ୍ତି। ଧନିଷ୍ଠା ଓ ଉତ୍ତରାଷାଢ଼ାର ସାମାନ୍ୟ ଶୁଭ।

କୁମ୍ଭ: ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଋଣ ପରିଶୋଧ କରିବେ।

ମୀନ: ଉତ୍ତର ଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତିଙ୍କ ବିଭିନ୍ନ ସ୍ତରରୁ ଧନାଗମ ହେବ। ସନ୍ତାନସନ୍ତତିମାନେ ବିଦ୍ୟାଧ୍ୟାୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପୂର୍ବଭାଦ୍ର ଓ ରେବତୀର ସାମାନ୍ୟ ଶୁଭ ଫଳ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories