www.samajalive.in
Friday, December 5, 2025
26.1 C
Bhubaneswar

ଶେଷ ଯାତ୍ରାରେ ବଳଙ୍ଗା ପୀଡ଼ିତା

ନୂଆଦିଲ୍ଲୀ/ଭୁବନେଶ୍ବର/ବଳଙ୍ଗା: ଦୁଇ ସପ୍ତାହର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ପୁରୀ ଜିଲା ବଳଙ୍ଗା ପୀଡ଼ିତା ହାରି ଯାଇଛନ୍ତି। ରବିବାର ଦିଲ୍ଲୀ ଏମ୍‌ସରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦିଲ୍ଲୀରୁ ରବିବାର ରାତିରେ ଭୁବନେଶ୍ବର ବିମାନବନ୍ଦରରେ ମରଶରୀର ପହଞ୍ଚିିବା ପରେ ବିଏମ୍‌ସିର ମହାପ୍ରୟାଣ ଗାଡ଼ିରେ ମରଶରୀରକୁ କଡ଼ା ସୁରକ୍ଷା ବଳୟରେ ତାଙ୍କ ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବରର ନୂଆଗୋପାଳପୁର ଗଁାକୁ ନିଆଯାଇଥିଲା। ସୋମବାର ସକାଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ରୀତିନୀତି ଅନୁଯାୟୀ ନାବାଳିକାଙ୍କୁ କବର ଦିଆଯିବ ବୋଲି ବିଜେପି ନେତା ସମୀର ରଞ୍ଜନ ଦାଶ କହିଛନ୍ତି। ମରଶରୀର ଗଁାରେ ପହଞ୍ଚିବା ପରେ ସେଠାରେ ରାତିସାରା କୋରାନ୍‌ ପାଠ କରାଯାଉଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ପୁରୀ ଏସ୍‌ପି ପିନାକ ମିଶ୍ର ସ୍ଥିତି ଉପରେ ନଜର ରଖିଛନ୍ତି।  ବାୟାବର ଗଁା ଓ ସ୍ଥାନୀୟ ଥାନାରେ ପୁଲିସ ଛାଉଣୀ ସହ ହାଇଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରେ ଉପଜିଲାପାଳ ରାଜକିଶୋର ଜେନା, ତହସିଲଦାର ମନୋଜ ପ୍ରଧାନ, ବିଡିଓ ଡ. ଅଭିଜିତ ଷଡ଼ଙ୍ଗୀ ଓ  ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ରାତିସାରା ପୁଲିସ ସେଠାରେ ଜଗି ରହିବା ସହ ଗଁାରେ ୨ ପ୍ଲାଟୁନ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି।
ରାତି ୧୦.୩୦ରେ ମରଶରୀର ପହଞ୍ଚିବା ପରେ ବିମାନ ବନ୍ଦରରେ ଶେଷଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଦେବା ଲାଗି ନେତାଙ୍କ ଗହଳି ଲାଗି ରହିଥିଲା। ‌ବିମାନବନ୍ଦର ବାହାରେ ସୁରକ୍ଷା ଦୃଷ୍ଟିରୁ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ପରେ କାର୍‌କେଡ୍‌ରେ ମରଶରୀରକୁ ବଳଙ୍ଗା ବାୟାବର ଗାଁ ଅଭିମୁଖେ ନିଆଯାଇଥିଲା। ରାତି ୧୨ଟାରେ ମରଶରୀର ଗଁାରେ ପହଞ୍ଚିଥିଲା। ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଡିସିପି ଜଗମୋହନ ମୀନାଙ୍କ ସୂଚନା ଅନୁଯାୟୀ, ବ୍ୟାପକ ପୁଲିସ ଫୋର୍ସ ସହ କାରକେଡ୍‌ ବନ୍ଦୋବସ୍ତ କରାଯାଇଥିଲା। ଜଣେ ଅତିରିକ୍ତ ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ମରଶରୀର ନିଆଯାଇଥିଲା। ଏଥିରେ ଏସିପି, ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ନିୟୋଜିତ ଥିଲେ। ରୁଟ୍‌ଲାଇନିଂ ଉପରେ ଅଧିକ ଗୁରୁତ୍ବ ଦିଆଯିବା ସହ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଥିଲା।
ବିମାନବନ୍ଦରରେ ଶେଷଦର୍ଶନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଜେପି ନେତା ସମୀର ଦାଶ, କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ବିଜେଡି ନେତା ଉମା ସାମନ୍ତରାୟ ଓ ସଞ୍ଜୟ ଦାସବର୍ମା, ଲେଖାଶ୍ରୀ ସାମନ୍ତସିଂହାର, ରୁଦ୍ର ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ। ପୀଡ଼ିତାଙ୍କ ଗଁାରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପହଞ୍ଚି ଶେଷଦର୍ଶନ କରିଥିଲେ। ନାବାଳିକାଙ୍କୁ ଗାଁ କବରିସ୍ତାନରେ କବର ଦିଆଯିବ। ତାଙ୍କ ମୃତଦେହ ଓଡ଼ିଶା ଆଣିବାରେ ସବୁ ପ୍ରକାର ବନ୍ଦୋବସ୍ତ ଓ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।
ପୀଡ଼ିତା ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମୃତ ଶରୀରକୁ କବର ଦିଆଯିବ। ନିକଟ ସମ୍ପର୍କୀୟମାନେ ଗର୍ତ୍ତ ଖୋଳା ସହ ସମସ୍ତ ପ୍ରସ୍ତୁତି ସାରିଛନ୍ତି। ଅନୁରୂପ ଭାବେ ଗାଁ ଶୂନ୍‌ଶାନ ଓ ସ୍ତବ୍ଧ ଥିବାବେଳେ ପୀଡ଼ିତାଙ୍କ ଘର ସାମ୍‌ନାରେ ପୁଲିସ ପକ୍ଷରୁ ଏକ ଅସ୍ଥାୟୀ ତମ୍ବୁ କରାଯାଇଛି। ବଳଙ୍ଗା ଥାନାରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଗାଁରେ ପୁଲିସ ଛାଉଣୀ କରାଯାଇଛି। ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯିବା ସହ ପୁଲିସ ପଇଁତରା ମାରୁଛି। ପୀଡ଼ିତାଙ୍କ ଘରେ ତାଲା ଝୁଲୁଥିବାବେଳେ ଗତକାଲିଠୁ ଘରେ କେହିନଥିବା ଜଣାପଡ଼ିଛି। ବଳଙ୍ଗା ଥାନାର ସୁରକ୍ଷାକୁ ଦିଗୁଣା କରାଯାଇଛି। ଅପ୍ରୀତିକର ପରିସ୍ଥିତିର ମୁକାବିଲା ଲାଗି ୨ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ସମସ୍ତ ପରିସ୍ଥିତିକୁ ସାମ୍‌ନା କରିବାକୁ ପୁଲିସ ସଜାଗ ଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି କହିଛି, ରାଜ୍ୟରେ କୌଣସି ମହିଳା ସୁରକ୍ଷିତ ନାହାନ୍ତି। ଅନୁରୂପ ଭା‌‌‌େ‌ବ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି, ଯଦି ୭ ଦିନ ଭିତରେ ଦୁର୍ବୃତ୍ତଙ୍କୁ ଗିରଫ କରାନଯାଏ, ତେବେ ଡିଜିପି କାର୍ଯ୍ୟାଳୟ ଘେରଉ କରାଯିବ। ଅନ୍ୟପକ୍ଷରେ ଶବ ଉପରେ ବିରୋଧୀ ଶାଗୁଣା ରାଜନୀତି କରୁଛନ୍ତି ବୋଲି ବିଜେପି ସମାଲୋଚନା କରିଛି।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୯ ତାରିଖରେ ଶନିବାର ସକାଳେ ଘରଠାରୁ କିଛି ଦୂର ନଦୀ ବନ୍ଧରେ ତାଙ୍କ ଶରୀରରେ କିରାସିନି ଢାଳି କେହି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କୁ ଦୁଃଖୀଶ୍ୟାମ ସେନ‌ାପତି ଉଦ୍ଧାର କରି ପୁଲିିସକୁ ଜଣାଇଥିଲେ। ବଳଙ୍ଗା ପୁଲିସ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପିପିଲି ଡାକ୍ତରଖାନା ଓ ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ ୨୦ରେ ତାଙ୍କୁ ଦିଲ୍ଲୀ ଏମ୍‌ସ ଅଭିମୁଖେ ଏୟାରଲିଫ୍ଟ କରାଯାଇଥିଲା। ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଚିକିତ୍ସା ଜାରି ରହିବା ସହିତ ତାଙ୍କ ଶରୀରରେ ଏକାଧିକ ଥର ଅ‌େ‌ସ୍ତ୍ରାପଚାର କରାଯାଇଥିଲା। ଡାକ୍ତରୀ ଦଳଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଗତକାଲି ସନ୍ଧ୍ୟାରେ ପୀଡ଼ିତା ଆଖି ବୁଜି ଦେଇଥିଲେ। ପୂର୍ବରୁ ପୀଡ଼ିତା ଚିକିତ୍ସାଧୀନ ଅବସ୍ଥାରେ ୪ଥର ତାଙ୍କ ବୟାନ ରେକର୍ଡ ହୋଇଛି। ପୁଲିସ ଓ କ୍ରାଇମବ୍ରାଞ୍ଚ ଦଳ ପକ୍ଷରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଭିଡ଼ିଓଗ୍ରାଫି ମାଧ୍ୟମରେ ବୟାନ ରେକର୍ଡ ହୋଇଛି। ଏହି ଘଟଣା‌େ‌ର କାହାରି ସମ୍ପୃକ୍ତି ନାହିଁ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ଶନିବାର ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କୁହାଯାଇଥିଲା।
ଝିଅ ଆମ ଭାଗ୍ୟରେ ନଥିଲା
ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ, ଝିଅ ଆମ ଭାଗ୍ୟରେ ନଥିଲା। ଝିଅର ମୃତ୍ୟୁ ପରେ ଆମେ ବହୁତ ମାନସିକ ଚାପ ଓ ଯନ୍ତ୍ରଣାରେ ରହିଛୁ। ରାଜନୀତି କରାନଯାଇ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ବଳଙ୍ଗା ପୀଡ଼ିତାଙ୍କ ପରିବାର ନିବେଦନ କରି କହିଛନ୍ତି। ପୀଡ଼ିତାଙ୍କ ଦାଦା କହିଛନ୍ତି, ଆମ ଝିଅ ସହିତ ଯାହା ଘଟିଲା ତାହା ହୃଦୟବିଦାରକ। ଆମେ ଏଥିରେ ବହୁତ ଦୁଃଖିତ। ସରକାର ଆମ ପାଇଁ ଯାହା କରିଛନ୍ତି ତାହା ପ୍ରଶଂସନୀୟ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories