www.samajalive.in
Friday, December 5, 2025
26.1 C
Bhubaneswar

ଆଠଗଡ ଡିଏଫଓଙ୍କ ବଦଳି

ଆଠଗଡ: ଆଠଗଡ ବନଖଣ୍ଡ ଅଧିକାରୀ(ଡିଏଫଓ) ଡାକ୍ତର ଯଜ୍ଞଦତ୍ତ ପତିଙ୍କର କୋରାପୁଟକୁ ବଦଳି ହୋଇଥିବା ଜଣାପଡିଛି । ଗତ ଅଗଷ୍ଟ ୨ ତାରିଖରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜାରି ବିଭାଗୀୟ ନିର୍ଦେଶନାମାରେ ଡିଏଫଓ ଡାକ୍ତର ପତିଙ୍କୁ ଆଠଗଡରୁ କୋରାପୁଟର ଭାରପ୍ରାପ୍ତ ଆଞ୍ଚଳିକ ବନ ସଂରକ୍ଷକ (ଆରସିସିଏଫ) ଭାବେ ବଦଳି କରାଯାଇଛି। ଆଠଗଡ ବନଖଣ୍ଡରେ ଡିଏଫଓ ଭାବେ ଡାକ୍ତର ପତି ଗତ ୨୦୨୩ ଅକ୍ଟୋବର ମାସରୁ ଦକ୍ଷତାର ସହ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ସ୍ଥାନରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଆଠଗଡ ଡିଏଫଓ ଭାବେ ନିଯୁକ୍ତ କରାଯାଇନାହିଁ । ଡାକ୍ତର ପତି ନୂତନ ଡିଏଫଓ ଯୋଗଦେବା ପରେ ବା ଅନ୍ୟ କାହାକୁ ଦାୟିତ୍ବ ହସ୍ତାନ୍ତର କରି ଏଠାରୁ କୋରାପୁଟ ଯିବେ ତାହା ଜଣାପଡିନାହିଁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories