ଦେଓଗାଁ:ବିଦ୍ୟୁତ ତାର ନେଲା ଜୀବନ। ନଳକୂପରେ ପାଣି ମାରୁଥିବା ବେଳେ ତାର ଛିଣ୍ଡି ପଡିଯିବାରୁ ଚାଲିଗଲା ଜୀବନ। ମୃତକ ବ୍ୟକ୍ତି ଜଣକ ହେଲେ ତୁଷୁରା ଥାନା ଖଗସି କନା ଗାଁର ବ୍ରଜ ବନ୍ଧୁ ପଧାନ। ଆଜି ସକାଳୁ ଶୌଚ ହୋଇ ଆସିବା ପରେ ଦାନ୍ତ ଘଷିବା ପାଇ ନଳକୂପକୁ ପାଣି ମାରି ଯାଇଥିଲେ। ହେଲେ ଏହି ସମୟରେ ବିଦ୍ୟୁତ୍ ତାର ଛିଣ୍ଡି ନଳକୂପରେ ପଡ଼ିବାରୁ ପାଣି ମାରୁଥିବା ବେଳେ ଜୀବନ ଚାଲିଯାଇଥିବା ଜଣାପଡିଛି। ନଳକୂପ ନିକଟରେ ମୃତଦେହ ପଡ଼ିଥିବା ବେଳେ ପୁଲିସ କି ବିଦ୍ୟୁତ ବିଭାଗ କେହି ପହଁଞ୍ଚିନଥିବାରୁ ଏହାକୁ ନେଇ ଗାଁରେ ଅସନ୍ତୋଷ ଦେଖାଦେଇଛି।



