www.samajalive.in
Friday, December 5, 2025
20.1 C
Bhubaneswar

ପାକିସ୍ତାନ ସହ ଟ୍ରମ୍ପଙ୍କ ତୈଳ ଚୁକ୍ତି; ତୈଳ ଭଣ୍ଡାର ବିକାଶରେ ସହଯୋଗ କରିବେ

ୱାଶିଂଟନ ଡିସି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସହିତ ତୈଳ ସହଭାଗିତା ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଉଭୟ ରାଷ୍ଟ୍ର ମିଳିତ ଭାବରେ ‘ବିପୁଳ ତୈଳ ଭଣ୍ଡାର’ ବିକାଶ କରିବେ। ଏଥିସହ ଭାରତ ଦିନେ ଇସଲାମାବାଦରୁ ତୈଳ ଆମଦାନୀ କରିବ ବୋଲି ଟ୍ରମ୍ପ ବାହାସ୍ପୋଟ ମାରିଛନ୍ତି। ଭାରତ ଉପରେ ୨୫% ଶୁଳ୍କ ଲାଗୁ ଘୋଷଣା କରିବା ପରେ ଟ୍ରମ୍ପ ପାକିସ୍ତାନ ସହ ବାଣିଜ୍ୟ ଚୁକ୍ତି ଘୋଷଣା କରିଛନ୍ତି। ତେବେ ଟ୍ରମ୍ପ କେଉଁ ‘ବିପୁଳ ତୈଳ ଭଣ୍ଡାର’ ବିଷୟରେ କହୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଟ୍ରମ୍ପ ତାଙ୍କ ‘ଟ୍ରୁଥ୍‌’ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ‘ଆମେ ପାକିସ୍ତାନ ସହିତ ଏକ ଚୁକ୍ତି କରିଛୁ, ଯେଉଁଠାରେ ପାକିସ୍ତାନ ଏବଂ ଆମେରିକା ସେମାନଙ୍କର ବିଶାଳ ତୈଳ ଭଣ୍ଡାର ବିକାଶ ପାଇଁ ଏକାଠି କାମ କରିବେ। କିଏ ଜାଣେ, ହୁଏତ ସେମାନେ ଦିନେ ଭାରତକୁ ତେଲ ବିକ୍ରୟ କରିବେ’ ବୋଲି ଟ୍ରମ୍ପ ବାହାସ୍ପୋଟ ମାରିଛନ୍ତି। ଉଭୟ ରାଷ୍ଟ୍ର ମିଳିତ ଭାବରେ ‘ବିପୁଳ ତୈଳ ଭଣ୍ଡାର’ ବିକାଶ କରିବେ ବୋଲି ଟ୍ରମ୍ପ କହିଥିବାବେଳେ, ସେ କେଉଁ ‘ବିପୁଳ ତୈଳ ଭଣ୍ଡାର’ ବିଷୟରେ କହୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁଯାୟୀ; ଉପକୂଳ ପେଟ୍ରୋଲିୟମ ଭଣ୍ଡାର ଉପରେ ପାକିସ୍ତାନର ଲଗାତାର ଦାବି ସତ୍ତ୍ୱେ, ଏହି ସମ୍ପଦଗୁଡ଼ିକୁ ବାହାର କରିବାରେ ଆଜି ପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇନାହିଁ। ତୈଳ ଉତ୍ତୋଳନ ପାଇଁ ପାକିସ୍ତାନ ନିବେଶ ଆକର୍ଷିତ କରିବାକୁ ପ୍ରୟାସ ଜାରି ରଖିଛି। ପାକିସ୍ତାନ ତା’ର ତୈଳ ଆବଶ୍ୟକତା ପୂରଣ ପାଇଁ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ପେଟ୍ରୋଲିୟମ ଆମଦାନୀ ଉପରେ ନିର୍ଭର କରୁଛି। ଜୁନ୍ ୩୦ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ପାକିସ୍ତାନର ସର୍ବାଧିକ ତେଲ ଆମଦାନୀ ଖର୍ଚ୍ଚ ୧୧.୩ ବିଲିୟନ ଡଲାର ଅଟେ। କେନ୍ଦ୍ରୀୟ ବ୍ୟାଙ୍କ ପରିସଂଖ୍ୟାନ ଅନୁସାରେ, ଏହା ପାକିସ୍ତାନର ମୋଟ ଆମଦାନୀ ଖର୍ଚ୍ଚର ପ୍ରାୟ ୨୦%।
ରଏଟର୍ସ ରିପୋର୍ଟ ଅନୁଯାୟୀ; ପାକିସ୍ତାନର ପ୍ରମାଣିତ ପାରମ୍ପରିକ ଅଶୋଧିତ ତୈଳ ଭଣ୍ଡାର ୨୩୪ ନିୟୁତରୁ ୩୫୩ ନିୟୁତ ବ୍ୟାରେଲ ମଧ୍ୟରେ ଅଛି। ଏହା ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଭଣ୍ଡାରରେ ୫୦ତମ ସ୍ଥାନରେ ରହିଛି। ସର୍ବଶେଷ ଓପେକ୍‌ ତଥ୍ୟ ଅନୁଯାୟୀ; ବିଶ୍ୱର ସର୍ବବୃହତ ଅଶୋଧିତ ତୈଳ ଭଣ୍ଡାର ଭେନେଜୁଏଲାରେ ରହିଛି, ଯାହାର ପରିମାଣ ୩,୦୩,୨୨୧ ନିୟୁତ ବ୍ୟାରେଲ। ୨୦୨୪ ସୁଦ୍ଧା, ଭାରତରେ ୪,୯୮୧ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଭଣ୍ଡାର ରହିଛି, ଯାହା ପାକିସ୍ତାନ ଅପେକ୍ଷା ୧୦ ଗୁଣ ଅଧିକ। ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ ୨୦୧୫ରେ ଆମେରିକାର ସର୍ଭେରୁ ଜଣାପଡ଼ିଥିଲା ଯେ ପାକିସ୍ତାନରେ ୯.୧ ବିଲିୟନ ବ୍ୟାରେଲର ବୈଷୟିକ ଭାବରେ ପୁନରୁଦ୍ଧାରଯୋଗ୍ୟ ସେଲ୍ ତୈଳ ସମ୍ପଦ ରହିଛି। ଜୁନ୍ ମାସରେ, ପାକିସ୍ତାନୀ ଜାତୀୟ ଅନୁସନ୍ଧାନ କମ୍ପାନୀ ଦାବି କରିଥିଲା ଯେ ସିନ୍ଧ ପ୍ରଦେଶରେ ତୈଳ ଏବଂ ଗ୍ୟାସର ନୂତନ ଭଣ୍ଡାର ପାଇଛନ୍ତି। ରାଜ୍ୟର ମାଲିକାନା ଥିବା ତୈଳ ଏବଂ ଗ୍ୟାସ ବିକାଶ କମ୍ପାନୀ ଡିସେମ୍ବର ପ୍ରାରମ୍ଭରେ ଖାରୋର ଫାକିର-୧ ୱାଇଲ୍ଡକ୍ୟାଟ୍ କୂପରେ ନୂତନ ଭଣ୍ଡାର ଚିହ୍ନଟ କରିଥିଲା। ଗତ ବର୍ଷ, ପାକିସ୍ତାନ ଦାବି କରିଥିଲା ଯେ ପାକିସ୍ତାନର ସାମୁଦ୍ରିକ ସୀମା ମଧ୍ୟରେ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଭଣ୍ଡାରର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରାଯାଇଛି। ପାକିସ୍ତାନ ଦାବି କରିଥିଲା ଯେ ସମ୍ଭାବ୍ୟ ଭଣ୍ଡାର ଏତେ ବ୍ୟାପକ ଯେ ଏହି ତୈଳ ଭଣ୍ଡାରର ବିକାଶ ଦେଶର ଭବିଷ୍ୟତକୁ ପରିବର୍ତ୍ତନ କରିପାରିବ। ତେବେ ବାଣିଜ୍ୟିକ ଉତ୍ତୋଳନ ବିନା ଏହି ସମ୍ପଦଗୁଡ଼ିକର ଅସ୍ତିତ୍ୱ, ପରିମାଣ କିମ୍ବା ଗ୍ରେଡ୍ ବିଷୟରେ କୌଣସି ନିଶ୍ଚିତତା ନାହିଁ। ପାକିସ୍ତାନର କେକ୍ରା-୧ ଡ୍ରିଲିଂ ପ୍ରକଳ୍ପ ସମେତ ପୂର୍ବ ଉଦ୍ୟମ ବିଫଳ ହୋଇଛି। ଏବେ ଆମେରିକା ସହ ତୈଳ ଭଣ୍ଡାର ବିକାଶ ଚୁକ୍ତି ପରେ ପାକିସ୍ତାନର ତୈଳ ଉତ୍ତୋଳନ ଆଶା ଉଜ୍ଜ୍ବଳ ହୋଇଛି। ଏହି ଚୁକ୍ତି ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ସାମାଜିକ ଗଣମାଧ୍ୟମରେ ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories