www.samajalive.in
Friday, December 12, 2025
27.1 C
Bhubaneswar

ଗୋଟିଏ ବାଇକରେ ୫ ଯାତ୍ରୀ, ଭିଡିଓ ଭାଇରାଲ ପରେ ଜରିମାନା କଲା ପୁଲିସ

ସମ୍ବଲପୁର: ସମ୍ବଲପୁରର ଧନୁପାଲି ଥାନା ଅଞ୍ଚଳରେ ଟ୍ରାଫିକ ନିୟମକୁ ଜଳାଞ୍ଜଳି ଦେଇ ଏକ ସ୍କୁଟିରେ ୭ ଜଣ ବିପଜ୍ଜନକ ଅବସ୍ଥାରେ ଯାଉଥିବାର ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୁଲିସ ସ୍କୁଟିକୁ ଜବତ କରିଥିଲା। ତଦନ୍ତ ସମୟରେ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା। ସ୍କୁଟି ଚାଳକ ଜଣକ କେବଳ ସାବାଳକ ଥିବା ବେଳେ ବାକି ୬ ଜଣ ନାବାଳକ ଥିବା ଜଣାପଡିଥିଲା। ଏହି ଘଟଣାରେ ୨୧ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା। ତେବେ ଏହାର ୨ ଦିନ ନ ପୂରୁଣୁ ପୁଣି ଅନୁରୂପ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ବାଇକରେ ୫ ଯାତ୍ରୀ ଯାଉଥିବା ଭିଡିଓ ଭାଇରାଲ ହୋଇଛି। ଯାହା ପରେ ପୁଲିସ ଗାଡ଼ି ମାଲିକକୁ ଧରିବା ସହିତ ୪୫୦୦ ଟଙ୍କା ଜରିମାନା ଆଦାୟ କରିଛି।

ଘଟଣାଟି କ୍ଷେତରାଜପୁର ଥାନା ଅଞ୍ଚଳର। ଥାନା ସମ୍ମୁଖ ଦେଇ ରିଂ ରୋଡରେ ବୁଧବାର ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଗୋଟିଏ ବାଇକରେ ୫ ଯୁବକ ବେପରୁଆ ଭାବେ ଦ୍ରୁତଗତିରେ ଯାଉଥିଲେ। ନା ଟ୍ରାଫିକ ନିୟମର ଡର ଥିଲା ନା ପୁଲିସକୁ ଭୟ ଥିଲା। ଭିଡିଓ ଭାଇରାଲ ହେବା ପରେ ପୁଲିସ ଗୁରୁବାର ଉକ୍ତ ଗାଡି ଓ ଗାଡିର ମାଲିକକୁ ଧରିଛି। ନିୟମ ଉଲ୍ଲଂଘନ ପାଇଁ ଟ୍ରାଫିକ ପୁଲିସ ଦ୍ୱାରା ୪ ହଜାର ୫ ଶହ ଟଙ୍କାର ଜରିମାନା କରାଯାଇଛି ବୋଲି ପୁଲିସ କହିଛି।

- Advertisement -

ଏସବୁ ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ, ସମ୍ବଲପୁର ପୁଲିସ, ଟ୍ରାଫିକ ଓ ପ୍ରଶାସନକୁ ଅମାନିଆମାନେ ଖାତିର କରୁ ନାହାନ୍ତି। ଯଦି ଥାନା ସମ୍ମୁଖରେ ସ୍ପଷ୍ଟ ଦିବାଲୋକରେ ଏଭଳି ନିୟମ ଉଲ୍ଲଂଘନ ହେଉଛି ତା’ହେଲେ ଅନ୍ୟ ସ୍ଥାନଗୁଡିକର ସ୍ଥିତି ସହଜେ ଅନୁମେୟ । ଏଣୁ ଲୋକେ ‘ହୁଗୁଳା ପ୍ରଶାସନକୁ ବେଖାତିର ଜନତା’ ବୋଲି କଟାକ୍ଷ କରୁଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories