www.samajalive.in
Sunday, December 14, 2025
14.1 C
Bhubaneswar

ଅଲ୍ଟୋଠୁ ବି ଛୋଟ ଇଭି ଆଣିବ ହୋଣ୍ଡା, ଥରେ ଚାର୍ଜ କଲେ ଯିବ…

ସମାଜ ଡିଜିଟାଲ ଡେସ୍କ: ସାରା ବିଶ୍ଵରେ ଇଭି କାରର ଚାହିଦା ଦିନକୁ ଦିନ ବଢ଼ିବା​ରେ ଲାଗିଛି। ପ୍ରତିଦ୍ଵନ୍ଦିତାମୂଳକ ବଜାରରେ ମୋଟରଯାନ ପ୍ରସ୍ତୁତକାରୀ କମ୍ପାନୀ ନୂଆ ଏବଂ ଆକର୍ଷଣୀୟ ଦିଶୁଥିବା ଇ କାର ବଜାରକୁ ଆଣିବା ଦିଗରେ ଅଧିକ ଗୁରୁତ୍ଵ ଦେଉଛନ୍ତି। ହେଲେ ହୋଣ୍ଡା କମ୍ପାନୀ ସବୁଠୁ ଛୋଟ କାର ବଜାରକୁ ଆଣିବାକୁ ଯାଉଛି। ଏହି କାର ଅଲ୍ଟୋଠାରୁ ବି ଛୋଟ। ହୋଣ୍ଡା ଏହାର ନାଁ ରଖିଛି ଏନ-ଓ୍ବାନ ଇ(N-One e)। ଜାପାନ ବଜାରରେ ଏହି କାର ପ୍ରବେଶ କରିଛି। ଆସନ୍ତା ସେପ୍ଟେମ୍ବରରେ ଏହାର ବିକ୍ରି ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟ ଦେଶରେ ଲଞ୍ଚ କରିବାକୁ କମ୍ପାନୀ ଯୋଜନା ରଖିଥିବା ଜଣାପଡ଼ିଛି।

ପୂର୍ବରୁ କମ୍ପାନୀ ପକ୍ଷରୁ ଏହାର ଏକ ପ୍ରୋଟୋଟାଇପ ମଡେଲ ଗୁଡଓ୍ବୁଡ ଫେଷ୍ଟିଭାଲ ଅଫ୍ ସ୍ପିଡରେ ପ୍ରଦର୍ଶିତ ହୋଇଥିଲା। ଏହି କାରର ଲମ୍ବ ୩୪୦୦ ମିଲିମିଟର, ଯାହା ଅଲ୍ଟୋ କେ୧୦ କାରଠାରୁ ବି ଛୋଟ। ଅଲ୍ଟୋର ଲମ୍ବ ୩୫୩୦ ମିମି। ରେଟ୍ରୋ ଲୁକ୍ସ ଥିବା ଏହି କାର ଆଗରେ ଗୋଲ୍‌ ଏଲଇଡି ହେଡ୍‌ ଲାଇଟ୍‌ ରହିଛି। ଗାଡ଼ିର ଡାହାଣ ପାର୍ଶ୍ବରେ ଚାର୍ଜିଂ ପଏଣ୍ଟ ରହିଛି।

- Advertisement -

ଗାଡ଼ିରେ ୬ଟି ସ୍ପୋକ ଥିବା ଛୋଟ ଚକ ଖଞ୍ଜା ଯାଇଛି। ପଛରେ ଆୟତ୍ତାକାର ଟେଲ୍‌ ଲ୍ୟାମ୍ପ ରହିଛି। ୫ଟି ରଙ୍ଗର ଭାରିଆଣ୍ଟରେ ଏହି କାର ଉପଲବ୍ଧ ହେବ। ଚିୟରଫୁଲ ଗ୍ରୀନ, ପ୍ଲାଟିନ ହ୍ବାଇଟ ପର୍ଲ, ଲୁନାର ସିଲଭର ମେଟାଲିକ, ଜୋର୍ଡ ମିଷ୍ଟ ପର୍ଲ ଏବଂ ସିଭେଡ ବ୍ଲୁ ପର୍ଲ ରଙ୍ଗରେ ଏହା ବଜାରକୁ ଆସିବ।

କମ୍ପାନୀ କାରରେ ୬୪ ପିଏସ କ୍ଷମତାସମ୍ପନ୍ନ ସିଙ୍ଗଲ ଇଲେକ୍ଟ୍ରିକ ମୋଟର ଦେଇଛି। ଗୋଟିଏ ଥର ଚାର୍ଜ କଲେ ଏହା ପ୍ରାୟ ୨୪୫ କିଲୋମିଟର ରେଞ୍ଜ ପ୍ରଦାନ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାର ମୂଲ୍ୟ କେତେ ରହିବ ତାହା ଘୋଷଣା କରାଯାଇନାହିଁ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories