www.samajalive.in
Sunday, December 14, 2025
26.1 C
Bhubaneswar

୩୦୦ କୋଟି କ୍ଲବରେ ‘ସୈୟାରା’, ପଛରେ ପଡ଼ିଲା ବଡ଼ ବଜେଟ୍ ଫିଲ୍ମ

ଭୁବନେଶ୍ବର :  ‘ସୈୟାରା’ ଝଡ଼ରେ ଫିକା ପଡ଼ିଲେ ସୁପରଷ୍ଟାର। ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଲେ ବଲିଉଡ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା। ନାମରେ ଖାନ୍ ବା କପୁର ନଥାଇ ବି ପ୍ରେକ୍ଷାୟଳକୁ ଭିଡ଼ ଆଣିବାରେ ସଫଳ ହେ‌ଲେ ଆହାନ। ଫିଲ୍ମଟି ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ୁଥିବାର ଅନେକ ଭିଡିଓ ସାମ୍ନାକୁ ଆସୁଛି। ଫିଲ୍ମର କାହାଣୀ କେତେ ମାତ୍ରାରେ ପ୍ରଭାବ ପକାଇଛି, ଏହାର ଫିଲ୍ମର ଆୟରୁ ସ୍ପଷ୍ଟ ହୋଇଛି। ମାତ୍ର ୯ଦିନରେ ୩୦୦କୋଟି କ୍ଲବରେ ପ୍ରବେଶ କରିଛି ଏହି ଫିଲ୍ମ। ଯାହା ଅନ୍ୟ ବଡ଼ ବଜେଟ ଫିଲ୍ମ ବେଳେ ବେଳେ କରିପାରେ ନାହିଁ, ତାହା କରି ଦେଖାଇଛି ‘ସୈୟାରା’।

ଫିଲ୍ମର ବଜେଟ ୬୦କୋଟି ଥିବା ବେଳେ ଏବେ ଫିଲ୍ମ ୩୦୦କୋଟିରୁ ଅଧିକ ଆୟ କରି ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମଟି ରବିବାର ୩୦କୋଟି ଆୟ କରିଥିବା ଜଣାଯାଇଛି। ଫିଲ୍ମର ଗୀତ ଓ ଯୁବପିଢ଼ିଙ୍କ ମଧ୍ୟରେ ଫିଲ୍ମକୁ ନେଇ ଥିବା କ୍ରେଜ୍ ଫିଲ୍ମକୁ ସଫଳ କରିଥିବା କୁହାଯାଉଛି। ଅକ୍ଷୟ କୁମାରଙ୍କ କେଶରୀ ୨ର ଘରୋଇ ବକ୍ସ ଅଫିସ ସଂଗ୍ରହକୁ ପଛରେ ପକାଇସାରିଛି  ‘ସୈୟାରା’। ଏହା ଆଲିଆ ଭଟ୍ଟ ଏବଂ ବରୁଣ ଧୱନଙ୍କ ପ୍ରଥମ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ (୭୦କୋଟି), ଜାହ୍ନବୀ କପୁରଙ୍କ ‘ଧଡ଼କ’ (୭୩କୋଟି)କୁ ପଛରେ ପକାଇଥିବା  ‘ସୈୟାରା’ ଖୁବଶୀଘ୍ର କବୀର ସିଂହ(୩୭୭କୋଟି)ର ମୋଟ ସଂଗ୍ରହକୁ ପଛରେ ପକାଇବ ବୋଲି କୁହାଯାଉଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories