www.samajalive.in
Monday, December 8, 2025
13.1 C
Bhubaneswar

ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସାନ୍ତ ସାହିତ୍ୟ ଆସର ଓ ନୂତନ ଶାଖା ଉନ୍ମୋଚନ

ଫୁଲବାଣୀ: ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀର ମାସାନ୍ତ ରବିବାସରୀୟ ସାହିତ୍ୟ ସୃଜନ ସମାବେଶ ଗୋଛାପଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ନୂତନ ଶାଖା ଗୋଛାପଡା ଠାରେ ଉଦଘାଟିତ ହୋଇଥିଲା। ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ, ସମ୍ମାନିତ ଅତିଥି କଵି ବିଦେଶୀ ନାୟକ ଓ ଶିକ୍ଷାବିତ ତ୍ରିଲୋଚନ ପଣ୍ଡା ଯୋଗ ଦେଇଥିଲେ।

ଏହି ଅବସରରେ ଉତ୍ତମ ଚିକିତ୍ସିକା ଭାବେ ସାଇସ୍ତା ପରବିନ, ଉତ୍ତମ ସ୍ୱାସ୍ଥ୍ୟ ସେବକ ଭାବେ ପ୍ରଶାନ୍ତ କୁମାର ସାହୁ, ଆଦର୍ଶ ଶିକ୍ଷକ ଭାବେ ରମେଶ କୁମାର ସାହୁ, ଶିଶିର କୁମାର ରାଉତରାୟ, ନାଟ୍ୟ ଗୁରୁ ଭାବେ ପଞ୍ଚୁଦେବ ପ୍ରଧାନ, ମେଧାବୀ ଛାତ୍ର ଭାବେ ଅନିରୁଦ୍ଧ ସାହୁ ଏବଂ ସୁକୁମାରୀ କହଁରଙ୍କୁ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଉପ ସଭାପତି ଅଶୋକ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଥିଲେ। ପରେ ପରେ ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ଓ ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କ ଦ୍ୱାରା ବହୁ ଛାତ୍ରଛାତ୍ରୀ ଓ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଲେଖକ ସମ୍ମୁଖ୍ୟର ଅନ୍ୟତମ ଉପ ସଭାପତି ବିଜୟ କୁମାର ମହାନ୍ତି, ପୁର୍ଣ୍ନେନ୍ଦୁ ତ୍ରିପାଠୀ, ବନ ବିହାରୀ ନନ୍ଦ, ନବ କିଶୋର ରଥ, ଦୁର୍ଯ୍ୟୋଧନ ପ୍ରଧାନ, ଆରତି ପରିଛା, ବନିତା ମହାରଣା ସହିତ ଗୋଛାପଡାର ସବୁ ସାହିତ୍ୟିକ ସହଯୋଗ କରିଥିଲେ। ନୂତନ ଗୋଛାପଡା ଶାଖାର ସଭାପତି ମୋହନ ଦିଗାଲ, ଉପ ସଭାପତି ପ୍ରେମଲତା ସାହୁ, ସମ୍ପାଦକ ନାଭିଦତ୍ୟ ଦିଗାଲ, ସହ ସମ୍ପାଦକ ନୀଳକାନ୍ତି ସାହୁ, ସଂଗଠନ ସମ୍ପାଦକ ଅର୍ଜୁନ କହଁର, କୋଷାଧ୍ୟକ ଗୌରାଙ୍ଗ କହଁର, ସଦସ୍ୟ କୁଶ ନାୟକ, ମହେନ୍ଦ୍ର କହଁର, କୁନ୍ତଳା ଦିଗାଲ, ରୀନା ନାୟକ, ସାରସ୍ୱତ କହଁରଙ୍କୁ ସଭାପତି ଶ୍ରୀ ମିଶ୍ର ଶପଥ ପାଠ କରାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories