www.samajalive.in
Saturday, December 6, 2025
26.1 C
Bhubaneswar

ସମସ୍ୟା ସମାଧାନ ପାଇଁ ଅସ୍ଥାୟୀ କମିଟି ଗଠିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ଠାରେ ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ନିର୍ମାଣ, ଆଇଟିଆଇ ସ୍ଥାପନ ଓ ସବ ରେଜିଷ୍ଟ୍ରାର ଅଫିସ ସ୍ଥାପନ ସହିତ ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଭଳି ମୌଳିକ ଦାବି ନେଇ ଏକ ନାଗରିକ କମିଟି ବୈଠକ ସ୍ଥାନୀୟ ମିଶନ ଶକ୍ତି କାଫେ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଏକ ଅସ୍ଥାୟୀ କମିଟି ଗଠିତ ହୋଇଥିଲା।

ଏଥିରେ ସଭାପତି ଭାବେ ଲିମ ମାଝୀ, ଉପସଭାପତି ଭାବେ ସୁରେଶ ଚନ୍ଦ୍ର ଅଗ୍ରୱାଲ, ସାଧାରଣ ସଂପାଦକ ଭାବେ ପରମାନନ୍ଦ ନାଏକ, ସହ ସଂପାଦକ ଭାବେ ହରିହର ରଣା, କୋଷାଧ୍ୟକ୍ଷ ଭାବେ ଏମ. ଚନ୍ଦ୍ରଶେଖର ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଉପଦେଷ୍ଟା କମିଟିରେ ଅବସର ପ୍ରାପ୍ତ ଶିକ୍ଷକ ଉଦୟ କୁମାର, ନିରଞ୍ଜନ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ନାଏକ, ସରସ୍ବତୀ ମୁଣ୍ଡା, ମନୋଜ ମହାପାତ୍ର, ଯୋଜନା କମିଟିର ସଭାପତି ଭାବେ ବିନୋଦ ଗଉଡ଼, ମାନବେନ୍ଦ୍ର ଜେନା, ମହିଳା କମିଟିର ସଭାନେତ୍ରୀ ଭାବେ ସରସ୍ବତୀ ମୁଣ୍ଡା ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଆଗାମୀ ଦିନରେ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories