www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ବିଶ୍ୱ ହେପାଟାଇଟିସ୍ ଦିବସ, ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ବୁର୍ଲା: ପ୍ରତିବର୍ଷ ବିଶ୍ୱ ହେପାଟାଇଟିସ୍ ଦିବସ ୨୮ ଜୁଲାଇରେ ପାଳନ କରାଯାଏ, ଯାହା ଭାଇରାଲ୍ ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ ଭଳି ଜଣାଶୁଣା ଭୁତାଣୁ ସଂକ୍ରାମକ ରୋଗ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାଳିତ ହୁଏ। ଏହି ରୋଗ ବିଶ୍ଵବ୍ୟାପୀ ୩୫୦ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ଭାରତରେ ପ୍ରାୟ ୧୦% ଭାଗ ରହିଛି। ଏହି ଦିନଟି ଡକ୍ଟର ବାରୁତ୍ ତୁମବାର୍ଗଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଏ, ଯିଏ ହେପାଟାଇଟିସ୍ ଓ ଭାଇରସ୍ ଅନ୍ବେଷଣ କରିଥିଲେ ଓ ଏହା ପାଇଁ ଡାଇଗ୍ଲୋଷ୍ଠିକ୍ ପରୀକ୍ଷା ଓ ଟୀକା ବିକାଶ କରିଥିଲେ।

ହେପାଟାଇଟିସ୍ ବିଶେଷକରି ବି ଓ ସି, ଦୀର୍ଘକାଳୀନ ଯକୃତ ପ୍ରଦାହ ସୃଷ୍ଟି କରେ, ଯାହା ଚିକିତ୍ସା ନ କଲେ ସିରୋସିସ୍, ଯକୃତ ବିଫଳତା ବା ଯକୃତ କ୍ୟାନ୍ସର ହେବାର ସମ୍ଭାବନା ବଢ଼ିଯାଏ। ଏହି ରୋଗର ବୋଝ ବଢ଼ିଚାଲିଥିବାରୁ, ବିଶ୍ବ ହେପାଟାଇଟିସ ଦିବସ ୨୦୨୫ ଏହାର ସଚେତନତା, ସ୍କ୍ରିନିଂ ଓ ଚିକିତ୍ସା ଉପରେ ଜୋର ଦେଉଛି, କାରଣ ଏହା ଏକ ପ୍ରତିରୋଧଯୋଗ୍ୟ ଓ ଚିକିତ୍ସାଯୋଗ୍ୟ ରୋଗ। ବର୍ଷ ୨୦୨୫ର ବିଷୟବସ୍ତୁ ରହିଛି, ଲେଟସ ବ୍ରେକ ଇଟ ଡାଉନ୍ – ଯାହା ମାନସିକ ଲାଞ୍ଛନା, ଆର୍ଥିକ ଓ ସାମାଜିକ ବାଧା ବା ଚିକିତ୍ସା ଉପଲବ୍ଧତା ରେ ଥିବା ବାଧାକୁ ଦୂର କରି ଲଢ଼େଇ କରିବା ପାଇଁ ଉତ୍ସାହିତ କରେ।

- Advertisement -

ଏହାର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ବୁର୍ଲା ଭିମସାରର କମ୍ୟୁନିଟି ମେଡିସିନ ବିଭାଗର ଜୁନିଅର୍ ରେସିଡେଣ୍ଟ ଡା. ରୋହନ କୁମାର ନାୟକ କହିଛନ୍ତି –

(କ) ହେପାଟାଇଟିସ୍ ରୋଗର ଲକ୍ଷଣ କଣ?
ହେପାଟାଇଟିସ୍ ବି ଓ ସି ଦୀର୍ଘକାଳୀନ ଭାବେ ଜଣାଶୁଣା ଲକ୍ଷଣ ବିନା ଅଗ୍ରଗତି କରେ, ଯାହାର ପ୍ରଭାବରେ ଯକୃତ କ୍ଷତି ଓ କର୍କଟ ହେବାର ସମ୍ଭାବନା ଥାଏ। ଏହାର ଲକ୍ଷଣଗୁଡିକ ହେଉଛି, ଜ୍ବର, ଖାଦ୍ୟ ପ୍ରତି ଅରୁଚି, କାମଳ ବା ଫିକା ରଙ୍ଗର ମଳ ଇତ୍ୟାଦି।

(ଖ) ଏହା କିପରି ସଂକ୍ରମିତ ହୁଏ?
– ହେପାଟାଇଟିସ ବି- ରକ୍ତ ମାଧ୍ୟମରେ, ଜନ୍ମ ସମୟରେ ମା’ ଠାରୁ ଶିଶୁ, ଦୂଷିତ ଛୁଞ୍ଚି/ଇଞ୍ଜେକସନ୍ ବା ଯୌନ ସମ୍ପର୍କ ଦ୍ବାରା। ହେପାଟାଇଟିସ ସି- ପ୍ରଧାନତଃ ଦୂଷିତ ରକ୍ତ ଦ୍ବାରା ହୋଇଥାଏ। ହେପାଟାଇଟିସ ଏ ଓ ଇ – ମଳ ମାଧ୍ୟମ ଦ୍ବାରା (ଫେକୋ-ଓରାଲ ରୁଟ), ଦୂଷିତ ଜଳ ବା ଖାଦ୍ୟ ସେବନ ଦ୍ୱାରା ହୋଇଥାଏ।

(ଗ) ରୋଗୀ କିପରି ଜାଣିପାରିବେ ଯେ ସେ ଏହି ରୋଗରେ ଆକ୍ରାନ୍ତ?
– ସ୍କ୍ରିନୀଙ୍ଗ ଟେଷ୍ଟ: ହେପାଟାଇଟିସ୍ ବି ସରଫେସ ଆଣ୍ଟିଯେନ୍ (ଏଚବିଏସଏଜି) ୬୬
– ଲିଭର ଫଙ୍କସନ ଟେଷ୍ଟ (ଏଲଏଫଟି)
– ଏଚଭିବି ଡିଏନଏ ଟେଷ୍ଟ (ଫିନପିଗ)

(ଘ) ହେପାଟାଇଟିସ୍ ପଜିଟିଭ୍ ମା’ ଠାରୁ ଶିଶୁ କେମିତି ରକ୍ଷା ପାଇବେ?
– ହେପାଟାଇଟିସ-ବି ୬ (ବାର୍ଥ ଡୋଜ), ୩ ଏଚବିଆଇଜି (ହେପାଟାଇଟିସ ବି ଇମୁନୋ ଗ୍ଲୋବୁଲିନ) ଦେବା ଅତ୍ୟାବଶ୍ୟକ। ୬, ୧୦, ୧୬ ସପ୍ତାହ ବୟସରେ ପ୍ରତିଷ୍ଠିତ ଡୋଜ ଦିଆଯିବା ଉଚିତ।

(ଙ) ହେପାଟାଇଟିସ୍ ରୋଗୀ ସାମାଜିକ ଲାଞ୍ଛନାର ଅନୁଭବ କରେ କି?
– ହଁ, ଅନେକ ସମୟ ଲୋକ ଏହି ରୋଗକୁ ଘୃଣା ଓ ଭୟର ଦୃଷ୍ଟିରେ ଦେଖନ୍ତି। ସ୍ବାସ୍ଥ୍ୟ ଶିକ୍ଷା, ସଚେତନତା, ଓ ଅଧିକ ତଥ୍ୟ ଦେଇ ଏହି ଲାଞ୍ଛନାକୁ ଦୂର କରିପାରିବା।

ହେପାଟାଇଟିସ୍ ବିରୁଦ୍ଧରେ ଆମେ ଏକାଠି ହୋଇ ଲଢ଼େଇ କରିବା। ତେଣୁ ପରୀକ୍ଷା କରନ୍ତୁ, ଟୀକା ନିଅନ୍ତୁ, ଓ ଅନ୍ୟମାନଙ୍କୁ ସଚେତନ କରନ୍ତୁ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories