www.samajalive.in
Monday, December 8, 2025
13.1 C
Bhubaneswar

ନବରଙ୍ଗପୁର ଜିଲା ଅଙ୍ଗନବାଡୀ ସଂଘର ୨୭ତମ ଜିଲା ସମ୍ମିଳନୀ

ନବରଙ୍ଗପୁର: ଭାରତୀୟ ମଜଦୁର ସଂଘ ଦ୍ୱାର ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ, ନବରଙ୍ଗପୁର ଜିଲା ତରଫରୁ ୨୭ତମ ବାର୍ଷିକ ସମ୍ମିଳନୀ ବୈଭବ କଲ୍ୟାଣ ମଣ୍ଡପ, ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ସଂଘର ଜିଲା ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ ଅଧ୍ୟକ୍ଷତା କରି ସ୍ଵାଗତ ଭାଷଣ ପ୍ରଦାନ କରିଲେ। ମୁଖ୍ୟ ଅତିଥି ଭାବେ ଅଙ୍ଗନୱାଡି ସଂଘ ରାଜ୍ୟ ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସ, ମୁଖ୍ୟବକ୍ତା ଭାବେ ଭାରତୀୟ ମଜଦୁର ସଂଘ ଜିଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ଉପଦେଷ୍ଠା ପରମେଶ୍ୱର ବିଷୋୟୀ, ଭାରତୀୟ ମଜଦୁର ସଂଘ ଜିଲା ସମ୍ପାଦକ ବିଷ୍ଣୁପ୍ରସାଦ ବିଷୋୟୀ, ଅଙ୍ଗନବାଡି ସଂଘ ରାଜ୍ୟ ଉପଦେଷ୍ଠା ସବିତା ନାୟକ, ଜିଲା ସମ୍ପାଦିକା ସଂନ୍ଧ୍ୟାରାଣୀ ବିଶ୍ଵାଳ, ଜିଲା କୋଷାଧ୍ୟକ୍ଷା ମମତା ବ୍ରହ୍ମା, କୋଠାବାଡି ସଂଘ ଜିଲା ସମ୍ପାଦକ ରାମ ବିଷୋୟୀ ବିଶ୍ୱ କର୍ମା ମଜଦୁର ସଂଘ ଜିଲା ସମ୍ପାଦକ ଖଗେଶ୍ୱର ବିଷୋୟୀ ଯୋଗ ଦେଇଥିଲେ।

ଭାରତୀୟ ମଜଦୁର ସଂଘ ଭାରତବର୍ଷର ସର୍ବ ବୃହତ ଶ୍ରମିକ ସଂଗଠନ, ଭାରତ ସରକାରଙ୍କ ଦ୍ବାରା ମାନ୍ୟତା ପ୍ରାପ୍ତ,ଭାରତୀୟ ସଂସ୍କୃତି ଓ ବିଚାରଧାରାକୁ ଆଧାର କରି ଅଙ୍ଗନୱାଡି ସଂଘ କାମ କରି ଆସୁଛି। ନବରଙ୍ଗପୁର ଜିଲା ଅଙ୍ଗନୱାଡି ସଂଘ ନିଷ୍ଠାପର ଭାବେ କାମ କରି ଆସୁଛି। ନବରଙ୍ଗପୁର ଜିଲାକୁ ପ୍ରଗତି ପଥରେ ଅଗ୍ରସର କରି, ସବୁରି ମୁହଁରେ ହସ ଫୁଟାଇବାର ପ୍ରଚେଷ୍ଟା କରାଯାଉଛି। ପରେ ସର୍ବସମ୍ମତି କ୍ରମେ ନୂତନ ଭାବେ ନବରଙ୍ଗପୁର ଜିଲା କମିଟିଗଠନ କରାଯାଇଥିଲା । ଉପଦେଷ୍ଠା ଭାବେ ସବିତା ନାୟକ, ସନ୍ଧ୍ୟାରାଣୀ ବିଶ୍ବାଳ ଓ ମମତା ବ୍ରହ୍ମା, ସଭାନେତ୍ରୀ ଛବିଳ କୁମାରୀ ମାଝୀ, ଉପ ସଭାନେତ୍ରୀ ପୁନେଇ ନାୟକ ଓ ହେମଲତା ନାୟକ, ସମ୍ପାଦିକା ଉମା ନାୟକ, ସଂଗଠନ ସମ୍ପାଦିକା ଭାଗ୍ୟବତୀ ଷଡଙ୍ଗୀ, ସହ ସମ୍ପାଦିକା ଶୁଭାସିତା ପାତ୍ର ଓ ଗୌରିମଣି ହରିଜନ, କୋଷାଧ୍ୟକ୍ଷା ଯମୁନା ଭତରାଙ୍କ ସମେତ ବ୍ଲକର ସଭାନେତ୍ରୀ ଓ ସମ୍ପାଦିକାଙ୍କର ନାମ ଘୋଷଣା କରିଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories