ସମ୍ବଲପୁର: ରବିବାର ଏସଜି ଫିଟନେସ ପରିବାର ପକ୍ଷରୁ ସମ୍ବଲପୁରର କାଇଁଶିର ଯୋଗିପାଳି ଅଞ୍ଚଳରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ମୁଖ୍ୟ ଅତିଥି ରୂପେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଥିଲେ। ସମ୍ବଲପୁର ଡ଼ିଏଫଓ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ‘ଗୋଟିଏ ବୃକ୍ଷ ଜୀବନ ଭର ଥିବା ସାଥୀ‘, ’ମାଁ ପାଇଁ ବୃକ୍ଷ ଟିଏ’ ଅଭିଯାନ ଓ ସମ୍ବଲପୁରକୁ ଫିଟ୍ ସହ ସବୁଜ କରିବା ଲକ୍ଷ୍ୟ ପିପଳ, ଆମ୍ବ, ନିମ, ଶିଶୁ, ଗୁଲମୋହର ଇତ୍ୟାଦି ୫୦୦ଟି ବୃକ୍ଷ ଲଗାଯାଇଛି।
ଏହି ପ୍ରେରଣାଦାୟକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଟ୍ରେନର୍, କୋଚ୍ ଓ ଜିମ୍ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ।



