www.samajalive.in
Saturday, December 6, 2025
26.1 C
Bhubaneswar

ଟାଉନ କ୍ଲବ ପକ୍ଷରୁ ବନ ମହୋତ୍ସବ ଓ ଚାରା ରୋପଣ

ଆଠଗଡ: ଆଠଗଡର ସର୍ବପୁରାତନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଟାଉନ କ୍ଲବ ଆନୁକୂଲ୍ୟରେ ରବିବାର ୭୬ତମ ବନ ମହୋତ୍ସବ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଯୋଗ ଦେଇଥିଲେ ବୃକ୍ଷ ରୋପଣ ଏକ ମହତ କାର୍ଯ୍ୟ ଏବଂ ସ୍ୱଚ୍ଛ ଓ ସୁସ୍ଥ ପପରିବେଶ ପାଇଁ ବ୍ୟାପକ ସବୁଜ ବଳୟ ସୃଷ୍ଟି କରାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ସମ୍ପ୍ରତି ଜଙ୍ଗଲ ସମ୍ପଦ ଓ ସବୁଜ ବନାନିର ଦୃତ ଅବକ୍ଷୟ ଏବଂ କଳକାରଖାନାରୁ ନିର୍ଗତ ଦୁଷିତ ବାଷ୍ପ, ଧୂଆଁ ଓ ବର୍ଜ୍ୟବସ୍ତୁ ପରିବେଶ ପ୍ରତି ବିପଦ ସୃଷ୍ଟି କରିବା ସହ ବିଶ୍ବର ତାପମାତ୍ରା ବୃଦ୍ଧିର କାରଣ ହୋଇଛି।

ଏହାକୁ ପ୍ରତିହତ କରି ଆମ ଉତ୍ତରପିଢି ପାଇଁ ଏକ ସ୍ୱଚ୍ଛ ଓ ସୁସ୍ଥ ତଥା ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରିବା ଆମର ସାମାଜିକ ଏବଂ ନୈତିକ ଦାୟିତ୍ବ ବୋଲି ଉପଜିଲ୍ଲାପାଳ ଶ୍ରୀ ଶର୍ମା ମତବ୍ୟକ୍ତ କରିଥିଲେ। କ୍ଲବର ସଭାପତି ରାମନାରାୟଣ ମହାନ୍ତି ଏଥିରେ ପୌରୋହିତ୍ୟ କରି ଜଙ୍ଗଲ ସମ୍ପଦର ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ଅବସରରେ କ୍ଲବ ପରିସରରେ ଉପଜିଲ୍ଲାପାଳ ଶ୍ରୀ ଶର୍ମା ଓ କ୍ଲବର ସଦସ୍ଯମାନେ ବହୁ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ଶ୍ରୀଧର ରଥ, ଦାଶରଥି ସାହୁ, ଡାକ୍ତର ଗୋକୁଳାନନ୍ଦ ପାତ୍ରୀ, ସୋମନାଥ ଭକ୍ତା, ମନୋରଞ୍ଜନ ସ୍ୱାଇଁ, ନୀଳକଣ୍ଠ ଦୋରା, ପସନ୍ନ ଭକ୍ତା, ରମେଶ ଚନ୍ଦ୍ର ସାହାଣୀ, ଜିତେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖଙ୍କ ସମେତ ଅନ୍ଯମାନେ ଉପସ୍ଥିତ ଥିଲେ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories